ପୁରୀ: ଜିଲ୍ଲାପାଳ ସମର୍ଥ ବର୍ମା ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଥିବା କୋଭିଡ କେୟାର ସେଣ୍ଟରର ଶୁଭାରମ୍ଭ କରିବା ସହ ଆନୁସଙ୍ଗିକ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ।
ଏଠାରେ ୮୦ଟି ଶଯ୍ୟାର ବ୍ୟବସ୍ଥା ଥିବାବେଳେ ୫୦ଟି ଅକ୍ସିଜେନ୍ ସିଲିଣ୍ତର, ୪ଟି ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି । ସେହିଭଳି ସଂକ୍ରମିତ ରୋଗ ଚିକିତ୍ସାଳୟରେ ୧୩୦ଟି ଶଯ୍ୟା, ୧୫ଟି ଆଇସିୟୁ ଓ ୨୦୦ଟି ଅକ୍ସିଜେନ ସିଲିଣ୍ତର ରହିଛି ।