ପୁରୀ: କୋଭିଡ଼ର ତୃତୀୟ ଲହର ନେଇ ଆଶଙ୍କା କରାଯାଉଥିବା ବେଳେ ଛୋଟପିଲାଙ୍କୁ କିଭଳି ଏହି ମହାମାରୀ କବଳରୁ ରକ୍ଷା କରିହେବ ସେନେଇ ଏକ ସଚେତନତା ରଥ ପୁରୀ ମୁଖ୍ୟ ଚିକିତ୍ସାଳୟରୁ ବାହାରିଛି। ଏହି ରଥ କୃଷ୍ଣପ୍ରସାଦ ବ୍ଲକର ୧୨୭ଟି ଗ୍ରାମରେ ବୁଲି କୋଭିଡ଼ ନିୟମାବଳୀ ବିଷୟରେ ସମସ୍ତଙ୍କୁ ସଚେତନ କରାଇବ। ହାତକୁ ସାବୁନରେ ଧୋଇବା, ମାସ୍କ ପରିଧାନ କରିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ସହ କୋଭିଡ଼ ଟିକା ସମସ୍ତେ ନେବା ପାଇଁ ଏହି ରଥ ସଚେତନ କରାଇବ।
ଶିଶୁଙ୍କ ସୁରକ୍ଷା ପାଇଁ ବୁଲିଲା କୋଭିଡ ସଚେତନତା ରଥ - ଛୋଟପିଲାଙ୍କ ସୁରକ୍ଷା ପାଇଁ କୋଭିଡ ସଚେତନତା ରଥ
କୋଭିଡ଼ର ତୃତୀୟ ଲହର ନେଇ ଆଶଙ୍କା କରାଯାଉଥିବା ବେଳେ ଛୋଟପିଲାଙ୍କୁ କିଭଳି ଏହି ମହାମାରୀ କବଳରୁ ରକ୍ଷା କରିହେବ ସେନେଇ ଏକ ସଚେତନତା ରଥ ପୁରୀ ମୁଖ୍ୟ ଚିକିତ୍ସାଳୟରୁ ବାହାରିଛି। ଅଧିକ ପଢନ୍ତୁ...
ଆଗାମୀ ଦିନରେ ଛୋଟ ପିଲାମାନେ କୋଭିଡ଼ ଟିକା କିଭଳି ନେବା ସହ ସୁରକ୍ଷିତ ରହିବେ ସେନେଇ ଅଭିଭାବକଙ୍କୁ ସଚେତନ କରାଯିବ। ୧୭ ଶହ ଅଙ୍ଗନବାଡ଼ି କର୍ମୀଙ୍କୁ କୋଭିଡ଼ କିଟ ପ୍ରଦାନ କରାଯିବା ସହ ସେମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯିବ। କରୋନାର ତୃଥୀୟ ଲହରକୁ ନେଇ ଜିଲ୍ଲା ପ୍ରଶାସନ ସମ୍ପୁର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ଛୋଟ ପିଲାଙ୍କ ସୁରକ୍ଷା ପାଇଁ ବାପା, ମା’ ମାନେ ମୁଖ୍ୟତଃ ସଚେତନ ହେବା ନିହାତି ଆବଶ୍ୟକ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ। ଏହାସହ ଯେଉଁ ଶିଶୁଙ୍କର ଥଣ୍ତା କାଶ ଲାଗି ରହିବ ସେମାନଙ୍କର କୋଭିଡ଼ ଟେଷ୍ଟ କରାଯିବ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ