ଓଡିଶା

odisha

ETV Bharat / state

ଆବାସ ବଣ୍ଟନରେ ମହାଦୁର୍ନୀତି, ହିତାଧିକାରୀ ତାଲିକାରେ ସରପଞ୍ଚ - corruption in awas yojana

ଫନି କ୍ଷତିଗସ୍ତଙ୍କୁ ଆବାସ ବଣ୍ଟନରେ ଦୁର୍ନୀତି ଅଭିଯୋଗ । ହିତାଧିକାରୀଙ୍କୁ ଘର ମିଳିବା ବଦଳରେ ଥିଲାବାଲାଙ୍କୁ ହୋଇଛି ଆବାସ ବଣ୍ଟନ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ପୁରୀରୁ ।

ଆବାସ ବଣ୍ଟନରେ ମହାଦୁର୍ନୀତି

By

Published : Oct 22, 2019, 9:25 PM IST

ପୁରୀ: ‘ଫନି’ କ୍ଷତିଗ୍ରସ୍ତଙ୍କୁ ଆବାସ ବଣ୍ଟନରେ ମହାଦୁର୍ନୀତି ଅଭିଯୋଗ । କ୍ଷତିଗ୍ରସ୍ତଙ୍କୁ ବଦଳରେ ବଡବଡିଆଙ୍କୁ ହୋଇଛି ଆବାସ ବଣ୍ଟନ । ଜାଲିଆତି କରି ଲୋକେ ହାତେଇଛନ୍ତି ଆବାସ । ସରକାରୀ ଅଧିକାରୀ ବି ଏଥିରୁ ବାଦ୍ ଯାଇ ନାହାଁନ୍ତି । କୋଠାବାଡି ଥାଇ ବି ପାଇଛନ୍ତି ଆବାସ । ଏହି କଥା ଆମେ କହୁନୁ, ଏହା ଅଭିଯୋଗ କରିଛନ୍ତି ପୁରୀ ଜିଲ୍ଲା ଅମୁଣିଆ ପାଟଣା ବାସିନ୍ଦା ।

ଆବାସ ବଣ୍ଟନରେ ମହାଦୁର୍ନୀତି

କାକଟପୁର ବ୍ଲକର ଲତାହରଣ ପଞ୍ଚାୟତର ସରପଞ୍ଚ ମମତା ନାୟକ ନାଁ ଅଛି ଆବାସ ଯୋଜନାର ହିତାଧିକାରୀ ତାଲିକାରେ । ମମତାଙ୍କ ଶାଶୁ କେଶଲତା ନାୟକ ବି ପାଇବେ ଆବାସ ଯୋଜନାରେ ଆଉ ଏକ ଘର । ୩୧୫ ନମ୍ବର ତାଲିକାରେ ଥିବା ଯୋଗେଶ୍ବର ତ୍ରିପାଠୀ ଜଣେ ଶିକ୍ଷକ । ତାଙ୍କ ନାଁ ବି ଅଛି ଏହି ତାଲିକାରେ ।

ଖାଲି ଏମାନେ ନୁହଁନ୍ତି ପଞ୍ଚାୟତର ବହୁ ବଡବଡିଆ ନାମ ଅଛି ଆବାସ ବଣ୍ଟନ ପାଇଁ ସରକାର ପ୍ରସ୍ତୁତ କରିଥିବା ତାଲିକାରେ । ସରକାର ଏନେଇ ତାଲିକା ପ୍ରକାଶ କରିବା ପରେ ପଦାକୁ ଆସିଛି ସତ । ପ୍ରକୃତ ହିତାଧିକାରୀ ଘର ଖଣ୍ଡେ ପାଇ ନଥିବା ବେଳେ ନେତା ଓ ସରକାରୀ ବାବୁଙ୍କ ନାମରେ ଆବାସ ବଣ୍ଟନ ହେବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଏହି ଦୁର୍ନୀତିର ତଦନ୍ତ ପାଇଁ ସେମାନେ ଦାବି କରିଛନ୍ତି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details