ଓଡିଶା

odisha

ETV Bharat / state

ନୂଆ ମୁଖ୍ୟ ଶାସନ ସଚିବଙ୍କ ନାଁରେ ଦୁର୍ନୀତି ଅଭିଯୋଗ - ନୂଆ ମୁଖ୍ୟ ଶାସନ ସଚିବ

ନୂଆ ମୁଖ୍ୟ ଶାସନ ସଚିବଙ୍କ ନାଁରେ ଦୁର୍ନୀତି ଅଭିଯୋଗ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ବିବାଦୀୟ ହୋଇଥିବା ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆଣିଛି ଶ୍ରୀଜଗନ୍ନାଥ ସେନା । ଅଧିକ ପଢନ୍ତୁ...

ନୂଆ ମୁଖ୍ୟ ଶାସନ ସଚିବଙ୍କ ନାଁରେ ଦୁର୍ନୀତି ଅଭିଯୋଗ
ନୂଆ ମୁଖ୍ୟ ଶାସନ ସଚିବଙ୍କ ନାଁରେ ଦୁର୍ନୀତି ଅଭିଯୋଗ

By

Published : Dec 29, 2020, 9:16 PM IST

ପୁରୀ: ନୂଆ ମୁଖ୍ୟ ଶାସନ ସଚିବଙ୍କ ନାଁରେ ଦୁର୍ନୀତି ଅଭିଯୋଗ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ବିବାଦୀୟ ହୋଇଥିବା ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆଣିଛି ଶ୍ରୀଜଗନ୍ନାଥ ସେନା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ସମୟରେ ନବକଳେବର ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟଳୟ ଯାଏଁ ଦୁର୍ନୀତିରେ ସାମିଲ ଥିଲେ ବୋଲି ସେନା ଅଭିଯୋଗ ଆଣିଛି ।

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟଳୟ ଏନଜିଓ ମାଧ୍ୟମରେ ଝାଡୁଦାର ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି, ବେଦାନ୍ତ ବିଶ୍ବବିଦ୍ୟାଳୟକୁ ମହାପ୍ରଭୁଙ୍କ ୧୬୦୦ ଏକର ଜମି ଦେବା, ଓମଫେଡ ମୁଖ୍ୟ ଭାବେ ଅବସ୍ଥାପିତ ଥିବା ସମୟରେ ୨୦୦ କୋଟିର ଦୁର୍ନୀତି ଆଦି ଅଭିଯୋଗ ଆଣିଛି ଜଗନ୍ନାଥସେନା ।

ନୂଆ ମୁଖ୍ୟ ଶାସନ ସଚିବଙ୍କ ନାଁରେ ଦୁର୍ନୀତି ଅଭିଯୋଗ

ଓମଫେଡର ଦୁର୍ନୀତି ବିରୁଦ୍ଧରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଲୋକାୟୁକ୍ତଙ୍କ ବିରୁଦ୍ଧରେ ଦୁଇଟି ମାମଲା ଦାଖଲ କରାଯାଇଛି। ଏଥିସହ ଶକ୍ତି ବିଭାଗ ମୁଖ୍ୟ ଥିବା ସମୟରେ ଶହ ଶହ କୋଟି ଟଙ୍କାର ଚାଇନା ମିଟର ଓ ଅନ୍ୟାନ୍ୟ ଉପକରଣ କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଶ୍ରୀଜଗନ୍ନାଥ ସେନା ତଥ୍ୟ, ପ୍ରମାଣ ସହ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛି। ମୁଖ୍ୟମନ୍ତ୍ରୀ ସ୍ବଚ୍ଛ ସରକାର ଚାହୁଁ ଥିବାରୁ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ଦୃଢ ଦାବି କରିଛି ସେନା।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details