ଓଡିଶା

odisha

ETV Bharat / state

ଫନି ସମୟରେ ରନ୍ଧା ଖାଦ୍ୟରେ ଦୁର୍ନୀତି ହୋଇଥିବା ଅଭିଯୋଗ - fani cyclone food

ଫନି ସମୟରେ ରନ୍ଧା ଖାଦ୍ୟରେ ଦୁର୍ନୀତି ଅଭିଯୋଗ। ଏଭଳି ଅଭିଯୋଗ ଆସିଛି ପୁରୀରୁ। ଆଗକୁ ପଢନ୍ତୁ ...

ଫନି ସମୟରେ ରନ୍ଧା ଖାଦ୍ୟରେ ଦୁର୍ନୀତି ଅଭିଯୋଗ

By

Published : Nov 23, 2019, 2:06 PM IST

ପୁରୀ: ଜିଲ୍ଲାରେ ଫନି ସହାୟତା କେଳେଙ୍କାରୀ ପରେ ଏବେ ସାମ୍ନାକୁ ଆସିଛି ଆଉ ଏକ ନୂଆ ଘଟଣା । ଫନି ସମୟରେ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ହୋଇଥିବା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାରେ ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟ କରାଯାଇଛି । ଦିନେ ଦୁଇଦିନ ରନ୍ଧା ଖାଦ୍ୟ ଯୋଗାଇ ଦେଇ 8ରୁ 10 ଦିନର ବିଲ କରି ନେଇଛନ୍ତି ବିଭାଗୀୟ ଅଧିକାରୀ।

ଫନି ସମୟରେ ରନ୍ଧା ଖାଦ୍ୟରେ ଦୁର୍ନୀତି ଅଭିଯୋଗ

ଶହେ ଲୋକ ରହିବାର ସାମର୍ଥ୍ୟ ନଥିବା ଆଶ୍ରୟ ସ୍ଥଳୀରେ 3 ଶହ ଲୋକ ରହିବାର ଦର୍ଶାଯାଇଛି।ସୂଚନା ଅଧିକାର ଆଇନ ବଳରେ ହାସଲ ହୋଇଥିବା ତଥ୍ୟରେ ଜଣାପଡିଛି ଅସ୍ତରଙ୍ଗ ବ୍ଲକରେ 8 ଦିନ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇ 68 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଯେତେବେଳେ କି ବାତ୍ୟା ଆଶ୍ରୟ ସ୍ଥଳରେ ଥିବା ଲୋକେ ଅଭିଯୋଗ କରିଛନ୍ତି ମାତ୍ର ଦିନେ କି ଦୁଇ ଦିନ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା।

ଫନି ସମୟରେ ରନ୍ଧା ଖାଦ୍ୟରେ ଦୁର୍ନୀତି ଅଭିଯୋଗ

ବିପର୍ଯ୍ୟୟ ବେଳେ ଖର୍ଚ୍ଚ ହେଉଥିବା ଜରୁରୀକାଳୀନ ପାଣ୍ଠିର ଅଡିଟ ହେଉନଥିବାରୁ ଏହି ସୁଯୋଗରେ ଅଧିକାରୀ ଫାଇଦା ଉଠାଉଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଏ ଘଟଣାର ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ଏଭଳି କିଛି ଭିଡିଓ ଫୁଟେଜ ମଧ୍ୟ ସେମାନେ ଗଣମାଧ୍ୟମକୁ ଦେଇଛନ୍ତି। ଅନେକ ଲୋକ ଖାଇବାକୁ ବସିଥିବା ବେଳେ ଖାଦ୍ୟ ସେହି ଅନୁପାତରେ ନାହିଁ। ଏପରିକି ଛୋଟ ପିଲାଙ୍କୁ ଖାଦ୍ୟ ମଧ୍ୟ ଦିଆଯାଇ ନାହିଁ। ରନ୍ଧା ଖାଦ୍ୟ ପାଇଁ ଆସିଥିବା ଅର୍ଥ କୁଆଡେ ଗଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details