ପୁରୀ : କୋରୋନାକୁ ନେଇ ଲକ ଡାଉନ ଜାରି ରହିଛି। ତେବେ ଏହି ନେଇକୁ ନେଇ ବାଲୁକାଶିଳ୍ପୀ ମାନସ ସାହୁ ତାଙ୍କ ଦ୍ୱାରା ତିଆରି ସ୍ୟାଣ୍ଡ ଆନିମେଶନ ମାଧ୍ୟମରେ ସାରା ଦେଶବାସୀଙ୍କୁ ଲକ ଡାଉନ ନେଇ ସଚେତନତାର ବାର୍ତ୍ତା ଦେଇଛନ୍ତି । ବିଶେଷ କରି କରୋନା ରୂପକ ରାକ୍ଷସ ଘର ଦୁଆର ମୁହଁରେ କିଭଳି ଠିଆ ହୋଇଛି ମାନସ ତାଙ୍କ ସ୍ୟାଣ୍ଡ ଆନିମେଶନ ମାଧ୍ୟମରେ ଦର୍ଶାଇଛନ୍ତି।
ସ୍ୟାଣ୍ଡ ଆନିମେଶନ ମାଧ୍ୟମରେ କୋରୋନା ସଚେତନତାର ବାର୍ତ୍ତା - ସ୍ୟାଣ୍ଡ ଆନିମେଶନରେ ବାର୍ତ୍ତା
ସ୍ୟାଣ୍ଡ ଆନିମେଶନ ମାଧ୍ୟମରେ କୋରୋନା ସଚେତନତାର ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ମାନସ ସାହୁ । ଘରୁ ନ ବାହାରିବା ପାଇଁ କଲେ ନିବେଦନ । ଅଧିକ ପଢନ୍ତୁ....
ସ୍ୟାଣ୍ଡ ଆନିମେଶନ ମାଧ୍ୟମରେ ଦେଲେ କୋରୋନା ସଚେତନତାର ବାର୍ତ୍ତା
ତେଣୁ କେହି ଘରୁ ନ ବାହାରି ଘର ଭିତରେ ରହିବାକୁ ସେ ବାର୍ତ୍ତା ଦେଇଛନ୍ତି। ଏହା ଦ୍ୱାରା ନିଜେ ସୁରକ୍ଷିତ ରହିବା ସହ ନିଜ ପରିବାର ଓ ସମାଜ ସୁରକ୍ଷିତ ରହିବ ବୋଲି ମାନସ ସାହୁ ବାର୍ତ୍ତା ଦେଇଛନ୍ତି। ସରକାରଙ୍କ ଦ୍ୱାରା କୋରୋନା ସତର୍କତା ଗାଇଡ଼ ଲାଇନ ମାନି ଚଳୁବାକୁ ସେ ଦେଶବାସୀଙ୍କୁ ତାଙ୍କ ସ୍ୟାଣ୍ଡ ଆନିମେଶନରେ ଅପିଲ କରିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ