ଓଡିଶା

odisha

ETV Bharat / state

ଲକଡାଉନ: ରିକ୍ସା ଚାଳକଙ୍କ ରୋଜଗାର ବନ୍ଦ - coronavirus

ଗରିବଙ୍କ ପାଇଁ କାଳ କରୋନା । ଲକ ଡାଉନ ପରେ ପୁରୀରେ ରିକ୍ସା ଚାଳକଙ୍କ ରୋଜଗାର ବନ୍ଦ । ଘର ଚଳାଇବାକୁ ପାଖରେ ନାହିଁ ଟଙ୍କା । ଅଧିକ ପଢନ୍ତୁ...

corona scare: situation in puri
ପ୍ରତିକାତ୍ମକ ଫଟୋ

By

Published : Mar 26, 2020, 7:36 PM IST

ପୁରୀ: କରୋନା ସତର୍କତା ନେଇ ସାରା ଦେଶରେ ଲକ ଡାଉନ । ତେବେ ଏହି କରୋନା ଗରିବ ଲୋକଙ୍କ ପାଇଁ କାଳ ସାଜିଛି। ଦୈନିକ ମଜୁରୀ କରି ପେଟ ପୋଷୁଥିବା ବ୍ୟକ୍ତିର ରୋଜଗାର ଛଡାଇ ନେଇଛି କୋରୋନା ଭୟ । ଏମିତି କିଛି କରୁଣ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସହରରେ । ଦୈନିକ ରିକ୍ସା ଟାଣି ପରିବାର ପ୍ରତିପୋଷଣ କରୁଥିବା ରିକ୍ସା ଚାଳକ ଏବେ ହତାଶ ଓ ଚିନ୍ତାରେ ଦିନ କାଟୁଛି । କରୋନା କଟକଣା ହେତୁ ନା ଏବେ ପୁରୀ ସହରରେ ଅଛନ୍ତି ପର୍ଯ୍ୟଟକ ନା ଘରୁ ବାହାରୁଛନ୍ତି ସ୍ଥାନୀୟ ଲୋକେ।

ଗରିବଙ୍କ ପାଇଁ କାଳ କରୋନା

ଏପରିକି ରାସ୍ତାକୁ ମଧ୍ୟ ରିକ୍ସା ଚାଳକଙ୍କୁ ବାହାରିବାକୁ ପୋଲିସ ଅନୁମତି ଦେଉନାହିଁ। ଫଳରେ କେମିତି ପରିବାର ପ୍ରତି ପୋଷଣ କରିବେ ସେ ନେଇ ଚିନ୍ତାରେ ଅଛନ୍ତି ଚାଳକ। କେତେକ ଲୋକଙ୍କ ପାଖରେ ଅର୍ଥ ନଥିବାରୁ ଆଗକୁ ଏକ ମାସ ଧରି କିଭଳି ଘର ଚାଲିବା ଚିନ୍ତା ଖାଇ ଗୋଡାଉଛି । ଅନେକ ଲୋକ ମଧ୍ୟ ପୁରୀ ବାହାରୁ ଆସି ବର୍ଷ ବର୍ଷ ଧରି ପୁରୀରେ ରହି ରିକ୍ସା ଟାଣି ପରିବାର ଚଳାଉଛନ୍ତି। ସେମାନଙ୍କର ରାସନ କାର୍ଡଟିଏ ମଧ୍ୟ ନାହିଁ।

ଅନେକ ସରକାରଙ୍କ ସୁବିଧାରୁ ବଞ୍ଚିତ। ତେବେ କରୋନା କଟକଣା ପରେ ରୋଜଗାର ହରାଇ ଥିବା ଏହି ଗରିବ ରିକ୍ସା ଚାଳକଙ୍କ ସମସ୍ୟା ସରକାର ବୁଝିବା ନିହାତି ଆବଶ୍ୟକତା ରହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details