ପୁରୀ : କୋରୋନା ମହାମାରୀ ମୁକାବିଲା ନିମନ୍ତେ ପୁରୀଜିଲ୍ଲାର ବିଭିନ୍ନ ସ୍ଥାନରେ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଗ୍ରାମାଞ୍ଚଳରେ ଏପର୍ଯ୍ୟନ୍ତ 271 ଟି ସ୍ଥାନ ରେ 3110 ଟି ଶଯ୍ୟା ଏବଂ ସହରାଞ୍ଚଳରେ 35ଟି ସ୍ଥାନରେ 1512 ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି। ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ବିଭିନ୍ନ କେନ୍ଦ୍ର ବୁଲି ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ବଲବନ୍ତ ସିଂ , ଏସପି ଉମା ଶଙ୍କର ଦାଶଙ୍କ ସମେତ ଉପଜିଲ୍ଲାପାଳ ଓ ଏଡିଏମ ଗ୍ରାମାଞ୍ଚଳରେ ବିଭିନ୍ନ ସ୍ଥାନ ପରିଦର୍ଶନ କରି ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।
କୋରୋନା ଚିକିତ୍ସା ଭିତ୍ତିଭୂମି ସମୀକ୍ଷା
କୋରୋନା ଚିକିତ୍ସା ଭିତ୍ତିଭୂମି ସମୀକ୍ଷା । ଜିଲ୍ଲାପାଳ , ଏସପି ,ଉପଜିଲ୍ଲାପାଳ ଓ ଏଡିଏମ କଲେ ଚିକିତ୍ସା କେନ୍ଦ୍ର ପରିଦର୍ଶନ ।ଅଧିକ ପଢନ୍ତୁ.....
ସେହିପରି ଲକ ଡାଉନ କିଭଳି ଶାନ୍ତି ଶୃଙ୍ଖଳାରେ ମଧ୍ୟରେ ହେବ ସେ ନେଇ ମଧ୍ୟ ସମୀକ୍ଷା କରୁଛନ୍ତି । ପୁରୀ ଜିଲ୍ଲାରେ ଏପର୍ଯ୍ୟନ୍ତ ରାଜ୍ୟ ଓ କେନ୍ଦ୍ର ଖାଦ୍ୟ ସୁରକ୍ଷା ଯୋଜନାରେ 3 ଲକ୍ଷ 40 ହଜାର 132 ପରିବାରକୁ ଏକ ଲକ୍ଷ 71 ହଜାର 745 କୁଇଣ୍ଟାଲ ଚାଉଳ ବଣ୍ଟନ କରାଯାଇଛି । ଏବଂ 3 ଲକ୍ଷ 46 ହଜାର 172 ପରିବାରକୁ ଏକ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସେହିପରି 49 ହଜାର 42 ଜଣ ପଞ୍ଜିକୃତ ଶ୍ରମିକଙ୍କୁ ଦେଢ଼ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସେହିପରି ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳରେ ସୋମବାର ଦିନ 2672 ଜଣ ଅସହାୟ ଏବଂ 3704 ଜଣ ଅଟକି ରହିଥିବା ଶ୍ରମିକଙ୍କୁ ମାଗଣା ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି । ତେବେ କରୋନା କଟକଣା ସମୟରେ ଜନ ସାଧାରଣ ପ୍ରଶାସନକୁ ସହଯୋଗ କରିବାକୁ ପୁରୀ ଜିଲ୍ଲାପାଳ କହିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ