ଓଡିଶା

odisha

By

Published : Mar 30, 2020, 8:13 PM IST

ETV Bharat / state

କୋରୋନା କଟକଣା, ସମସ୍ୟାରେ ବସ୍ତି ବସିନ୍ଦା

ସେପଟେ କୋରୋନା ସଚେତନତା ପୁରୀର ବିଭିନ୍ନ ବସ୍ତି ଅଞ୍ଚଳରେ ଫେଲ ମାରିଚି । ପୁରୀରେ କୋରୋନାର କଣ ପ୍ରଭାବ ବସ୍ତି ଅଞ୍ଚଳରେ ରହିଛି ସେ ନେଇ ଆସନ୍ତୁ ଜାଣିବା...

ସମସ୍ୟାରେ ବସ୍ତି ବସିନ୍ଦା
ସମସ୍ୟାରେ ବସ୍ତି ବସିନ୍ଦା

ପୁରୀ: କୋରୋନା ପାଇଁ ଲକଡାଉନ ଜାରି ରହିଛି । ଏହି କ୍ରମରେ ଦେଖିଲେ ସବୁ କିଛି କାର୍ଯ୍ୟ ବନ୍ଦ ରହିଛି । ଅନେକ ଗରିବ ଲୋକ କାମଧନ୍ଦା ନପାଇ ହାତ ବାନ୍ଧି ବସିଛନ୍ତି । କେମିତି ଘର ପ୍ରତିପୋଷଣ କରିବେ ସେ ନେଇ ମାନସିକ ଚିନ୍ତା ରେ । ତେବେ ରାଜ୍ୟ, ସରକାର ଏହି ଭିତରେ ରାସନ କର୍ଡ଼ ଥିବା ପରିବାରକୁ ଆଗୁଆ ତିନି ମାସର ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଇଛନ୍ତି । ରାସନ କାର୍ଡ ନଥିବା ଅନେକ ଯୋଗ୍ୟ ହିତାଧିକାରୀ ଏବେ ଚିନ୍ତା ରେ । ସେପଟେ କୋରୋନା ସଚେତନତା ପୁରୀର ବିଭିନ୍ନ ବସ୍ତି ଅଞ୍ଚଳରେ ଫେଲ ମାରିଛି ।

କୋରୋନା ପାଇଁ ସମସ୍ୟାରେ ବସ୍ତି ବସିନ୍ଦା

ସବୁ କିଛି ରୋଜଗାର ବନ୍ଦ ପରେ କେମିତି ଘର ଚଳାଇବେ ସେ ନେଇ ଚିନ୍ତରେ । ଅନେକ ରାସନ କର୍ଡ଼ ନଥିବା ବ୍ୟକ୍ତି କହିଛନ୍ତି ଏହି ଭଳି ପରିସ୍ଥିତି ହେଲେ ପରିବାର ଲୋକ ଭୋକ ଉପାସ ରେ ଦିନ କଟିବେ । ଏହାର ପ୍ରକୃଷ୍ଟ ଉଦାହରଣ ଦେଖିବାକୁ ମିଳିଛି ପୁରୀର ବଳିଆ ପଣ୍ଡା ବସ୍ତି ଅଞ୍ଚଳରେ । ଅନେକ ବସ୍ତି ବସିନ୍ଦାଙ୍କ ସରକାର ରାସନ କାର୍ଡ଼ ନାହିଁ । ଫଳରେ ସରକାରଙ୍କ କୋରୋନା ସହାୟତା ଯୋଜନାରୁ ବାଦ ପଡିବା ଆଶଙ୍କା ସୃଷ୍ଟି ହୋଇଛି । ତୁରନ୍ତ ସରକାର ଏଦିଗରେ ପଦକ୍ଷେପ ନେଇ ଗରିବ ଶ୍ରେଣୀର ବିନା ରାସନ କାର୍ଡ ଧାରୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ଦାବି ହୋଇଛି ।

କୋରୋନା କଣ ଓ ଏହାର ସତର୍କତା ନେଇ ଏହି ଅଶିକ୍ଷିତ ବସ୍ତି ବସିନ୍ଦାଙ୍କୁ କେହିବି ସଚେତନତା କରୁନଥିବା ଜଣାପଡ଼ିଛି । ଫଳରେ ସାମାଜିକ ଦୂରତ୍ବ, ମାସ୍କ ପିନ୍ଧିବା ଓ ହାତ ଧୋଇବା ନେଇ କୌଣସି କଥା ଜାଣି ନାହାଁନ୍ତି ଏମାନେ । ପେଟର ଜ୍ବଳାକୁ ଶାନ୍ତ କରି ପାରୁନି ସେ କୋରୋନା ନେଇ କଣ ସଚେତନ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାର ଏହି ବସ୍ତି ବସିନ୍ଦାଙ୍କୁ କରୋନା ନେଇ ସଚେତନତା ସମେତ ମାଗଣାରେ ସାବୁନ, ମାସ୍କ, ସାନିଟାଇଜର ଯୋଗାଇ ଦେବାକୁ କିଛି ସ୍ଵଛସେବୀ ଦାବି କରିଛନ୍ତି । କାରଣ ଅନେକ ଦିନ ମଜୁରିଆ ଗରିବ ଶ୍ରେଣୀର ଲୋକ ବସ୍ତିରେ ରହୁଛନ୍ତି । ଅନେକ ଲୋକ ମାସ୍କ, ସାନିଟାଇଜର, କିଣିବା ଅବସ୍ଥାରେ ନାହାଁନ୍ତି । ତେବେ ପୁରୀରେ କୋରୋନାର କଣ ପ୍ରଭାବ ବସ୍ତି ଅଞ୍ଚଳରେ ରହିଛି ସେ ନେଇ ଅଧିକ ସୂଚନା ଦେଇଛନ୍ତି ଆମ ପୁରୀ ରିପୋର୍ଟର ଶକ୍ତି ପ୍ରସାଦ ମିଶ୍ର...

ABOUT THE AUTHOR

...view details