ଓଡିଶା

odisha

ETV Bharat / state

ବାଲୁକା ଚିତ୍ର କଳାରେ କୋଭିଡ ସଚେତନତା ବାର୍ତ୍ତା - corona awareness in send art

ପୁଣି କିଛି ରାଜ୍ୟରେ ଆରମ୍ଭ ହୋଇଛି କୋଭିଡ ପ୍ରକୋପ । ତେଣୁ ବାଲୁକା ଚିତ୍ର କଳା ମାଧ୍ୟମରେ କୋଭିଡ ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି ଅନ୍ତର୍ଜାତୀୟ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢନ୍ତୁ...

ବାଲୁକା ଚିତ୍ର କଳାରେ କୋଭିଡ ସଚେତନତା ବାର୍ତ୍ତା
ବାଲୁକା ଚିତ୍ର କଳାରେ କୋଭିଡ ସଚେତନତା ବାର୍ତ୍ତା

By

Published : Feb 21, 2021, 9:16 PM IST

ପୁରୀ :ପୁଣି କିଛି ରାଜ୍ୟରେ ଆରମ୍ଭ ହୋଇଛି କୋଭିଡ ପ୍ରକୋପ । ନୂଆ ଷ୍ଟ୍ରେନକୁ ନେଇ ସଂକ୍ରମଣ ବଢିବା ଆଶଙ୍କା ଥିବାରୁ ସବୁ ଲୋକ ସଚେତନ ହୋଇ ପୂର୍ବ ଭଳି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ନିୟମ ପାଳନ ପାଇଁ ସରକାର ଲୋକଙ୍କୁ ସଚେତନ କରୁଛନ୍ତି ।

ବାଲୁକା ଚିତ୍ର କଳାରେ କୋଭିଡ ସଚେତନତା ବାର୍ତ୍ତା

ତେବେ ବାଲୁକା ଚିତ୍ର କଳା ମାଧ୍ୟମରେ ଏହି ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି ଅନ୍ତର୍ଜାତୀୟ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏ ନେଇ ଏକ ସୁନ୍ଦର ବାଲୁକା ଚିତ୍ରକଳା କରିଛନ୍ତି । ଯେଉଁଥିରେ ସେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା ସହ ସତର୍କତା ଅବଲମ୍ବନ କରିବାକୁ ତାଙ୍କ ବାଲୁକା ଚିତ୍ରକଳାରେ ଅପିଲ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details