ଓଡିଶା

odisha

ETV Bharat / state

ଶ୍ରୀଦାଣ୍ଡକୁ ନେଇ ଜଗନ୍ନାଥ ସେନାର ଆପତ୍ତି, ସ୍ପଷ୍ଟୀକରଣ ରଖିଲେ ପୁରୀ ଏସପି - Puri news

Controversy over Sridanda project: ଜଗନ୍ନାଥ ବଲ୍ଲଭ ଠାରୁ ଶ୍ରୀମନ୍ଦିର ଦୋଳବେଦୀ କୋଣ ଯାଏଁ ନିର୍ମାଣ ହେଉଛି ଶ୍ରୀଦାଣ୍ଡ । ଏହା ଭିଭିଆଇପିଙ୍କ ସେବାରେ ଲାଗିବ ବୋଲି ଜଗନ୍ନାଥ ସେନାର ଅଭିଯୋଗ । ଆଗକୁ ପଢ଼ନ୍ତୁ,

ଶ୍ରୀଦାଣ୍ଡକୁ ନେଇ ପୁଣି ବିବାଦ
ଶ୍ରୀଦାଣ୍ଡକୁ ନେଇ ପୁଣି ବିବାଦ

By ETV Bharat Odisha Team

Published : Dec 20, 2023, 9:44 PM IST

ଶ୍ରୀଦାଣ୍ଡକୁ ନେଇ ପୁଣି ବିବାଦ

ପୁରୀ: ଶ୍ରୀଦାଣ୍ଡକୁ ନେଇ ବିବାଦ । ଜଗନ୍ନାଥ ବଲ୍ଲଭ ଠାରୁ ଶ୍ରୀମନ୍ଦିର ଦୋଳବେଦୀ କୋଣ ଯାଏଁ ନିର୍ମାଣ ହେଉଛି ଶ୍ରୀଦାଣ୍ଡ । ଏହା ଭିଭିଆଇପିଙ୍କ ସେବାରେ ଲାଗିବ ବୋଲି ଜଗନ୍ନାଥ ସେନାର ଅଭିଯୋଗ । ସେନେଇ ପୁରୀ ଏସ୍ପିଙ୍କୁ ଦାବିପତ୍ର । ଶ୍ରୀଦାଣ୍ଡକୁ ପୁରୀ ସହରବାସୀଙ୍କ ପାଇଁ ଖୋଲିବାକୁ ନେଇ ଶ୍ରୀଜଗନ୍ନାଥ ସେନା ଦାବି କରିଛି । ସେପଟେ ଶ୍ରୀଦାଣ୍ଡ ପ୍ରକଳ୍ପ ସମ୍ପୂର୍ଣ୍ଣ ଭକ୍ତଙ୍କ ଉଦ୍ଦେଶ୍ୟରେ ସମର୍ପିତ ବୋଲି କହିଲେ ପୁରୀ ଏସପି ।

ପୁରୀ ଜଗନ୍ନାଥ ବଲ୍ଲଭ ଠାରୁ ଶ୍ରୀମନ୍ଦିର ଦୋଳବେଦୀ କୋଣ ଯାଏଁ ନିର୍ମାଣ ହେଉଛି ଶ୍ରୀଦାଣ୍ଡ । ତେବେ ଏହାକୁ ନେଇ ବିବାଦ ପିଛା ଛାଡୁନି । ଏହି ରାସ୍ତା କେଉଁ ଉଦ୍ଦେଶ୍ୟରେ ବ୍ୟବହାର ହେବ ସେନେଇ ଚର୍ଚ୍ଚା ଲାଗି ରହିଛି । ତେବେ ଏହା ଭିଭିଆଇପିଙ୍କ ସେବାରେ ଲାଗିବ ବୋଲି ଅଭିଯୋଗ କରିଆସୁଛି ଜଗନ୍ନାଥ ସେନା । ଏଭଳି ହେଲେ ପୁରୀର ଜନସାଧାରଣ ଯାତାୟତରେ ବେଶ୍ ହଇରାଣ ହେବେ । ତେବେ ଏହି ରାସ୍ତାର ପ୍ରକୃତ ଉଦ୍ଦେଶ୍ୟ କ'ଣ ଏବଂ ଏହାକୁ କେଉଁମାନେ ବ୍ୟବହାର କରିବେ ତାହା ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରୁ ବୋଲି ଏକ ଦାବିପତ୍ର ପୁରୀ ଏସ୍ପିଙ୍କୁ ପ୍ରଦାନ କରିଛି ଜଗନ୍ନାଥ ସେନା ।

ଏହା ମଧ୍ୟ ପଡ଼ନ୍ତୁ....ଜାନୁଆରୀ ୧୭ରେ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଜୋରସୋରରେ ଚାଲିଛି ପ୍ରସ୍ତୁତି

ପୁରୀ ଏସପି ଜଗନ୍ନାଥ ସେନାର ଏଭଳି ଅଭିଯୋଗ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି, ’’ଶ୍ରୀଦାଣ୍ଡ ପ୍ରକଳ୍ପ ସମ୍ପୂର୍ଣ୍ଣ ଭକ୍ତଙ୍କ ଉଦ୍ଦେଶ୍ୟରେ ସମର୍ପିତ । ଏହି ରାସ୍ତା ଦେଇ ପ୍ରତ୍ୟେକ ଭକ୍ତ ଯାତାୟତ କରିପାରିବେ । ଏହି ରାସ୍ତା କେବଳ ଭିଭିଆଇପିଙ୍କ ଯାତାୟତ ପାଇଁ ବ୍ୟବହାର ହେବ ନାହିଁ।’’ ଏହାକୁ ନେଇ ଅଯଥାରେ ବାଦବିବାଦ କରି ଜନସାଧାରଣଙ୍କୁ ବିଭ୍ରାନ୍ତ ନକରିବାକୁ ଜଗନ୍ନାଥ ସେନାକୁ ଏସପି ପରାମର୍ଶ ଦେଇଛନ୍ତି । ବଡ଼ଦାଣ୍ଡ ପଟୁ ଆସୁଥିବା ଭକ୍ତ ଏବଂ ଶ୍ରୀଦାଣ୍ଡ ପଟେ ଆସୁଥିବା ଭକ୍ତ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ନିର୍ମାଣ ହେଉଥିବା ଅଭ୍ୟର୍ଥନା କେନ୍ଦ୍ରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଇପାରିବେ । ଏଥିପାଇଁ ସ୍ବତନ୍ତ୍ର ବ୍ୟାରିକେଡ଼ ବ୍ୟବସ୍ଥା ହେବ । ଏହାଦ୍ବାରା ଭକ୍ତମାନେ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରି ଭଲରେ ପ୍ରତ୍ୟାବର୍ତ୍ତନ କରିପାରିବେ । ସେପଟେ ଶ୍ରୀଦାଣ୍ଡ ସମ୍ପର୍କରେ ଏସପି ସ୍ପଷ୍ଟୀକରଣ ଦେବା ପରେ ଏହାକୁ ସ୍ବାଗତ କରିଛି ଶ୍ରୀଜଗନ୍ନାଥ ସେନା । ସାଧାରଣ ଲୋକ ଏହି ରାସ୍ତାକୁ ବ୍ୟବହାର କରିପାରିଲେ ରଥଯାତ୍ରା ଏବଂ ସୁନାବେଶ ବେଳେ ହେଉଥିବା ପ୍ରବଳ ଜନସମାଗମ ଯୋଗୁ ଯାତାୟତରେ ଅସୁବିଧା ଭୋଗୁଥିବା ସହରବାସୀ ଏହାକୁ ବିକଳ୍ପ ରାସ୍ତା ଭାବେ ବ୍ୟବହାର କରି ଉପକୃତ ହେବେ ବୋଲି ଆଶା ରଖିଛି ଶ୍ରୀଜଗନ୍ନାଥ ସେନା ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details