ଓଡିଶା

odisha

ETV Bharat / state

ସ୍ଥାୟୀ ନିଯୁକ୍ତି ଦାବିରେ ଠିକା ଶିକ୍ଷକଙ୍କ ବିକ୍ଷୋଭ - ଠିକା ଶିକ୍ଷକଙ୍କ ବିକ୍ଷୋଭ

ରାଜ୍ୟ ସରକାରଙ୍କ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ନିଯୁକ୍ତି ପାଇଥିବା ସମସ୍ତ କଳା ଓ କ୍ରୀଡା ପ୍ରଶିକ୍ଷକ ମାନଙ୍କର ପାର୍ଟ ଟାଇମ ଉଠାଇ ପୂର୍ଣ୍ଣ ଶିକ୍ଷକର ମାନ୍ୟତା ପ୍ରଦାନ କରିବା ନିମନ୍ତେ ଓଡିଶା କଳା ଓ କ୍ରୀଡା ଶିକ୍ଷକ ମହାସଂଘର ଦାବିପତ୍ର । ଅଧିକ ପଢନ୍ତୁ...

ସ୍ଥାୟୀ ନିଯୁକ୍ତି ଦାବିରେ ଠିକା ଶିକ୍ଷକଙ୍କ ବିକ୍ଷୋଭ
ସ୍ଥାୟୀ ନିଯୁକ୍ତି ଦାବିରେ ଠିକା ଶିକ୍ଷକଙ୍କ ବିକ୍ଷୋଭ

By

Published : Sep 16, 2021, 9:08 PM IST

ପୁରୀ: ରାଜ୍ୟ ସରକାରଙ୍କ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ନିଯୁକ୍ତି ପାଇଥିବା ସମସ୍ତ କଳା ଓ କ୍ରୀଡା ପ୍ରଶିକ୍ଷକ ମାନଙ୍କର ପାର୍ଟ ଟାଇମ ଉଠାଇ ପୂର୍ଣ୍ଣ ଶିକ୍ଷକର ମାନ୍ୟତା ପ୍ରଦାନ କରିବା ନିମନ୍ତେ ଓଡିଶା କଳା ଓ କ୍ରୀଡା ଶିକ୍ଷକ ମହାସଂଘ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ ଜରିଆରେ ବିଦ୍ୟାଳୟ ଓ ଗଣଶିକ୍ଷା ଭିବାଗର ମୁଖ୍ୟ ଶାସନ ସଚିବଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରଶିକ୍ଷକମାନେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ 2013 ମସିହା ଠାରୁ ଅଦ୍ୟାବଧି ଦୀର୍ଘ 8 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଆସୁଛନ୍ତି ଏବଂ ସରକାରଙ୍କର ସମସ୍ତ କାର୍ଯ୍ୟରେ ସମ୍ପୂର୍ଣ୍ଣ ରୂପେ ପୂର୍ଣ୍ଣ ସହଯୋଗ କରିଆସୁଛନ୍ତି ।

ସ୍ଥାୟୀ ନିଯୁକ୍ତି ଦାବିରେ ଠିକା ଶିକ୍ଷକଙ୍କ ବିକ୍ଷୋଭ

କିନ୍ତୁ, ମାସିକ ଦରମା ଓ ପ୍ରତି କ୍ଲାସ ଅନୁଯାଇ ନୋ ୱାର୍କ ନୋ ପେ ଅନୁସାରେ 24ଟି କ୍ଲାସ ଆଧାରରେ ଦରମା ପ୍ରଦାନ କରାଯାଉଛି । ସେହିପରି ମାସିକ 5 ହଜାର ଟଙ୍କା ମାତ୍ର ଦରମା ରହିଛି । ଫଳରେ ଏତେ ସ୍ବଳ୍ପ ଦରମାରେ ନିଜ ପରିବାର ପ୍ରତିପୋଷଣ କରିବା ଅସମ୍ଭବ ହୋଇପଡିଛି। ସ୍କୁଲରେ ଥିବା ଅନ୍ୟ ନିୟମିତ ଶିକ୍ଷକଙ୍କ ଭଳି ସବୁ କାର୍ଯ୍ୟ ସେମାନେ କରୁଥିଲେ ମଧ୍ୟ ଏତେ ସ୍ବଳ୍ପ ଦରମା ଦେଇ କାହିଁକି ପାତର ଅନ୍ତର ସରକାର କରୁଛନ୍ତି ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ରାଜ୍ୟର ସମସ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ କଳା ଓ କ୍ରୀଡା ପ୍ରଶିକ୍ଷକ ମାନଙ୍କ ପ୍ରତି ଅବହେଳା କରାଯାଉଛି । ସରକାର ଏହାକୁ ବିଚାରକୁ ନେଇ ଠିକା କର୍ମଚାରୀ ବ୍ୟବସ୍ଥା ଉଚ୍ଚେଦ କରି ସରକାରି କର୍ମଚାରୀର ମାନ୍ୟତା ଦେବାକୁ ସଙ୍ଘ ଦାବି କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details