ଓଡିଶା

odisha

ETV Bharat / state

ଦିନକ ପରେ ରଥଯାତ୍ରା, ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ ସେବକ - ରଥଖଳା

ବରଷକ ପରେ ପୁଣି ରତ୍ନବେଦୀ ଛାଡି ଭକ୍ତଙ୍କ ଗହଣକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧାମୂର୍ତ୍ତୀ । 9 ଦିନ ପାଇଁ ମାଉସୀ ଘରକୁ ଯିବେ । ସେଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରଥଖଳା । ରଥ ନିର୍ମାଣ କାର୍ଯ୍ୟକୁ ଶେଷ ସ୍ପର୍ଶ ଦେବାରେ ଲାଗି ପଡିଛନ୍ତି ସେବାୟତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Jul 2, 2019, 5:30 PM IST

ପୁରୀ: ଆଉ ଦିନକ ପରେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ବର୍ଷକର ଅପେକ୍ଷା ପରେ ପୁଣି ରତ୍ନ ବେଦୀରୁ ବାହାରି ଆସି ମାଉସୀ ଘରକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି । ସେଥିପାଇଁ ଚଳଚଞ୍ଚଳ ହୋଇଉଠିଲାଣି ରଥଖଳା । ତିନି ରଥକୁ ଶେଷ ସ୍ପର୍ଶ ଦେବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି ସେବକ । ଗତକାଲି ଦୁଆର କାମ ଶେଷ ହେବା ପରେ ଆଜି ତିନି ରଥକୁ ସଂଯୋଗ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଅନ୍ୟପଟେ ପ୍ରଭା କାମ ଏହାରି ମଧ୍ୟରେ ଶେଷ ହୋଇଥିବା ବେଳେ ରାତି ସୁଦ୍ଧା ପ୍ରଭା ସଂଯୋଗ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ତିନି ରଥ ପାଇଁ ବେଦୀ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବେଦୀ କାମ ବ୍ୟତୀତ ଚାଳି ମଧ୍ୟ ଖୋଲାଯାଇଛି । ଏହି କାର୍ଯ୍ୟକୁ ଭୋଇ ସେବକମାନେ ସମ୍ପାଦନ କରିଛନ୍ତି ।

ତେବେ ଦର୍ଜି ସେବକ ମାନେ ରଥକନା ସିଲେଇ କାମ ଶେଷ କରିଥିବା ବେଳେ ମହାରଣା ସେବକ ମାନେ ମଧ୍ୟ ରଥ ନିର୍ମାଣ କାମ ଶେଷ ସ୍ପର୍ଶ ଦେବାରେ ଲାଗିଛନ୍ତି । ଅନ୍ୟପଟେ ରଥଯାତ୍ରାକୁ ମଝିରେ ଆଉ ମାତ୍ର ଗୋଟିଏ ଦିନ ଥିବାରୁ ଆସନ୍ତାକାଲି ସୁଦ୍ଧା ସମସ୍ତ କାର୍ଯ୍ୟ ସମାପନ କରାଯିବ ବୋଲି ବିଶ୍ବକର୍ମା ମହାରଣା କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details