ଓଡିଶା

odisha

By

Published : Jun 10, 2020, 7:52 PM IST

Updated : Jun 10, 2020, 9:15 PM IST

ETV Bharat / state

ପାଖଉଛି ରଥଯାତ୍ରା, ସରିଲାଣି 75 ପ୍ରତିଶତ ରଥକାମ

ରଥଯାତ୍ରା ସମୟ ଯେତିକି ପଖାଉଛି ସେତିକି ଜୋରସୋରରେ ଆଗେଇ ଚାଲିଛି ତିନି ରଥର କାର୍ଯ୍ୟ । ବର୍ତ୍ତମାନ ସୁଦ୍ଧା ତିନି ରଥର 75 ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି । ଅଧିକ ପଢନ୍ତୁ...

ପାଖଉଛି ରଥଯାତ୍ରା, ଜୋରସୋରରେ ଚାଲିଛି ରଥ କାର୍ଯ୍ୟ
ପାଖଉଛି ରଥଯାତ୍ରା, ଜୋରସୋରରେ ଚାଲିଛି ରଥ କାର୍ଯ୍ୟ

ପୁରୀ: ଆସନ୍ତା 23ରେ ମହାପ୍ରଭୁଙ୍କ ରଥଯାତ୍ରା । ରଥଯାତ୍ରା ସମୟ ଯେତିକି ପଖାଉଛି ସେତିକି ଜୋରସୋରରେ ଆଗେଇ ଚାଲିଛି ତିନି ରଥର କାର୍ଯ୍ୟ । ବର୍ତ୍ତମାନ ସୁଦ୍ଧା ତିନି ରଥର 75 ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି । ରଥର ବେଦୀ ସିଂହାସନ, ପ୍ରଭା କାମ ବାକି ରହିଛି ।

ପାଖଉଛି ରଥଯାତ୍ରା, ସରିଲାଣି 75 ପ୍ରତିଶତ ରଥକାମ

ଅନ୍ୟପଟେ ଚିତ୍ରକର ସେବକମାନେ ତିନି ରଥରେ ରଙ୍ଗ ଦେବା କାର୍ଯ୍ୟ ଆଗେଇ ନେଉଛନ୍ତି । ତିନି ରଥର ଚକ ସମେତ କୋଣ, ଗୁଜ ଆଦି ରଙ୍ଗ କରୁଛନ୍ତି । ସେପଟେ ରଥର ସଖୀ, ପାର୍ଶ୍ଵ ଦେବାଦେବୀ, ଓଲଟ ସୁଆ ଆଦିର ରଙ୍ଗ କାର୍ଯ୍ୟ ଚାଲିଛି । ଦେବସ୍ନାନ ପୂର୍ଣ୍ଣିମାଠାରୁ ଚିତ୍ରକର ସେବକମାନେ ନିଷ୍ଠାର ସହ ରହି ମହାପ୍ରଭୁଙ୍କ ରଥର ରଙ୍ଗ କାର୍ଯ୍ୟ କରନ୍ତି ।

ପାଖଉଛି ରଥଯାତ୍ରା, ଜୋରସୋରରେ ଚାଲିଛି ରଥ କାର୍ଯ୍ୟ

ସୂଚନା ଅନୁଯାୟୀ, ତିନି ରଥର 12ଟି ଲେଖାଏଁ ମୋଟ 36ଟି ସଖୀ, 11ଟି ଲେଖାଏଁ ତିନି ରଥର 33ଟି ପାର୍ଶ୍ଵ ଦେବାଦେବୀ , 6ଟି ଶୁଆ, 3ଟି ଅଁଳା ବେଢା, 24ଟି ନାଟ ଗୋଡର ରଙ୍ଗ କାର୍ଯ୍ୟ କରନ୍ତି ଏହି ଚିତ୍ରକର ସେବକ ।

ପାଖଉଛି ରଥଯାତ୍ରା, ଜୋରସୋରରେ ଚାଲିଛି ରଥ କାର୍ଯ୍ୟ

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jun 10, 2020, 9:15 PM IST

ABOUT THE AUTHOR

...view details