ଓଡିଶା

odisha

ETV Bharat / state

ଜିଲ୍ଲା ପ୍ରଶାସନ ବେଆଇନ କାର୍ଯ୍ୟ ନେଇ ପୁରୀରେ ତୀବ୍ର ଅସନ୍ତୋଷ, ଆନ୍ଦୋଳନ ଚେତାବନୀ ଦାବି - ପୁରୀରେ ତୀବ୍ର ଅସନ୍ତୋଷ

Jagannath sena Raised Question Over Barricading System: ଜିଲ୍ଲା ପ୍ରଶାସନର ବେଆଇନ କାର୍ଯ୍ୟକୁ ନେଇ ପୁରୀରେ ତୀବ୍ର ଅସନ୍ତୋଷ । ରାସ୍ତା ଅବରୋଧ ନଉଠାଇଲେ ଆନ୍ଦୋଳନ ଚେତାବନୀ । ଅଧିକ ପଢନ୍ତୁ

puri Barricading System
ପୁରୀରେ ତୀବ୍ର ଅସନ୍ତୋଷ

By ETV Bharat Odisha Team

Published : Jan 7, 2024, 6:29 AM IST

ପୁରୀରେ ତୀବ୍ର ଅସନ୍ତୋଷ

ପୁରୀ: ନୂଆ ବର୍ଷରେ ମହାପ୍ରଭୁଙ୍କ ଦର୍ଶନ ନେଇ ଭକ୍ତଙ୍କ ଦୋଳ ବେଦୀ କୋଣ ରାସ୍ତା, ଶ୍ରୀକୃଷ୍ଣ ସିନେମା ହଲ ରାସ୍ତାକୁ ଗତ ଡିସେମ୍ବର 31 ତାରିଖରୁ ବନ୍ଦ କରିଯାଇଛି। ଏହି ଦୁଇ ରାସ୍ତାକୁ ପୋଲିସ ବନ୍ଦ କରି ଦେଇଥିବା ବେଳେ ସ୍ଥାନୀୟ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଥିବା ଅଭିଯୋଗ କରିଛନ୍ତି। ତେବେ ପୁରୀ ଜିଲ୍ଲା ପ୍ରଶାସନର ବେଆଇନ କାର୍ଯ୍ୟକୁ ନେଇ ସ୍ଥାନୀୟ ବାସିନ୍ଦା ତୀବ୍ର ଅସନ୍ତୋଷ ପ୍ରକାଶ କରଇଥିବା ବେଳେ ଅବରୋଧ ନଉଠାଇଲେ ଆନ୍ଦୋଳନ ହେବା ନେଇ ଚେତାବନୀ ଦେଇଛନ୍ତି। ସାରା ଓଡ଼ିଶାରେ ସରକାର୍ ବାହାବା ନେବା ପାଇଁ ଏହି ବେଆଇନ କାର୍ଯ୍ୟ କରିଥିବା ନେଇ କହିଛନ୍ତି ସ୍ଥାନୀୟ ବାସିନ୍ଦା।

ଅଭିଯୋଗ କରି କୁହାଯାଇଛି, ସେମାନଙ୍କର ସୁବିଧା ପାଇଁ ସର୍ବସାଧାରଣ ରାସ୍ତାକୁ ବନ୍ଦ କରିଦେଲେ। ଫଳରେ ହଜାର ହଜାର ଲୋକ ଏବେ ଗୃହ ବନ୍ଦୀ ଭଳି ଜୀବନ ବିତାଉଛନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲଗିଲେ ବି ଖୋଦ୍ ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ ଏଭଳି ବେଆଇନ କାର୍ଯ୍ୟ କରିଛନ୍ତି। ଯାହାକୁ ନେଇ ପୁରୀ ସହରର ବାସେଳି ସାହୀ, ମିଶ୍ର ସାହୀ, ମାର୍କଣ୍ଡସ୍ୱର ସାହୀ, ଗଡନ୍ତି ଛକ, ଲୋକନାଥ ରୋଡ଼ ଅଂଚଳ ର ହଜାର ହଜାର ବାସିନ୍ଦା ଙ୍କ ମଧ୍ଯ ରେ ତୀବ୍ରପ୍ରତିକ୍ରିୟା ପ୍ରକାଶ ପାଇଛି।

ସ୍ଥାନୀୟ ଲୋକଙ୍କ ମତାମତ ନନେଇ ପୁରୀ ପୋଲିସର ମନମାନିକୁ ନେଇ ପୁରୀରେ ବିଦ୍ରୋହ ଆରମ୍ଭ ହୋଇଛି। ଏନେଇ ଜଗନ୍ନାଥ ସେନା ପକ୍ଷରୁ ସରକାରଙ୍କୁ ପ୍ରଶ୍ନ ମଧ୍ୟ ପଚରାଯାଇଛି। ସେମାନେ ଅଭିଯୋଗ କରି କହିଛନ୍ତି, ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଆଳରେ ଲୋକଙ୍କୁ ଶ୍ରୀ ମନ୍ଦିର ଚାରି ପାଖରୁ ଉଚ୍ଛେଦ କରାଗଲା। ଭକ୍ତ ସୁବିଧା ପାଇଁ ଲୋକମାନେ ନିଜର ଘର ଦ୍ବାର ଛାଡି ଦେଇଥିଲେ। ମୁଖ୍ୟମନ୍ତ୍ରୀ ନିଜେ ଏହି କାର୍ଯ୍ୟକୁ ପ୍ରସଂସା କରିବା ସହ ଏହି ତ୍ୟାଗକୁ ପ୍ରଶଂସା କରି ସମ୍ମାନିତ କରିଥଲେ। ତେବେ ସେହି ତ୍ୟାଗର କଣ ଏହା କଣ ପ୍ରତିଦାନ ?ଶ୍ରୀ ମନ୍ଦିର ଚାରି ପାଖରେ ଉଚ୍ଛେଦ କରାଯାଇ ବହୁତ୍ ଜାଗା ସରକାର୍ ନେଇ କଣ ଲାଭ ମିଳିଲା ବୋଲି ଜଗନ୍ନାଥ ସେନା ପ୍ରଶ୍ନ କରିଚି। ଯଦି ତୁରନ୍ତ ପ୍ରଶାସନ ଓ ସରକାର ଲୋକଙ୍କ ମୌଳିକ ସୁବିଧା ରସ୍ତାକୁ ଅବରୋଧ ମୁକ୍ତ ନ କରନ୍ତି ଆଗାମୀ ଦିନରେ ଯେଉଁ ଆଇନ ଶୃଙ୍ଖଳା ସ୍ଥିତି ହେବ ସେଥିପାଇଁ ପୁରୀ ପ୍ରଶାସନ ଓ ସରକାର ଦାୟୀ ରହିବେ ବୋଲି ଜଗନ୍ନାଥ ସେନା ଆବାହକ ଚେତାବନୀ ଦେଇଛନ୍ତି।

ଏହା ମଧ୍ୟ ପଢନ୍ତୁ: ବଡ଼ଦାଣ୍ଡରେ ଅସମ୍ଭାଳ ଭିଡ଼, ବ୍ୟାରିକେଡ୍ ଠେଲି ଶ୍ରୀମନ୍ଦିରକୁ ଧସେଇ ପଶିଲେ ଭକ୍ତ

ସେପଟେ ଲୋକଙ୍କ ମୌଳିକ ଆବଶ୍ୟକତା ରାସ୍ତାକୁ ବନ୍ଦ କରିବା ଆଇନ ବିରୁଦ୍ଧ ବୋଲି ଯୁବ କଂଗ୍ରେସ ନେତା ବିଶ୍ବନାଥ ଦାସ କହିଁଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ପୁରୀ ବାସିନ୍ଦାଙ୍କ ପ୍ରତି କୌଣସି ଦରଦ ନାହିଁ। କେବଳ ଭୋଟ ପାଇଁ କିଭଳି ପୁଣି ଗାଦି ଦଖଲ କରିବେ ସେ ଉଦେଶ୍ୟ ନେଇ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କରଯାଇଛି। ସ୍ଥାନୀୟ ଲୋକଙ୍କ ସୁବିଧା ଅସୁବିଧା ସମାଧାନ ନେଇ ସରକାରଙ୍କ କୌଣସି ଆନ୍ତରିକତା ନାହିଁ। ତେବେ ପୁରୀ ପ୍ରଶାସନ ଓ ରାଜ୍ୟ ସରକାର ବେଆଇନ କାର୍ଯ୍ୟରୁ ଓହୋରି ଦୋଳ ବେଦୀ ରାସ୍ତା ନ ଖୋଲିଲେ ପୁରୀରେ ଯେଉଁ ଆଇନ ଶୃଙ୍ଖଳା ସ୍ଥିତି ଆଗାମୀ ଦିନରେ ହେବ ସେଥି ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ଯୁବ କଂଗ୍ରେସ ନେତା ବିଶ୍ବନାଥ ଦାସ ଚେତାବନୀ ଦେଇଛନ୍ତି। ସେପଟେ ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି, "ନୂଆ ବର୍ଷ ପାଇଁ ବାରିକେଡ ପାଇଁ ଏହି କାର୍ଯ୍ୟ ହୋଇଛି। ତେବେ ଏହାର ବିକଳ୍ପ ବ୍ୟବସ୍ଥା ପ୍ରଶାସନ ପାଖରେ ଅଛି। ଏ ନେଇ ଶିଘ୍ର ପଦକ୍ଷେପ ନିଆଯିବ ।"



ଇଟିଭି ଭାରତ, ପୁରୀ

ABOUT THE AUTHOR

...view details