ପୁରୀ: ଆରମ୍ଭ ହୋଇଛି ପିପିଲି ଉପନିର୍ବାଚନ ଭୋଟ ଗଣତି । କିଏ ଜିତିବ, କିଏ ହାରିବ ସେନେଇ ସମୟ ବଢିବା ସହ ବଢୁଛି ପ୍ରାର୍ଥୀଙ୍କ ହୃଦସ୍ପନ୍ଦନ । କାହାର ହେବ ପିପିଲି, କିଛି ସମୟ ପରେ ଜଣାପଡିବ ଫଳାଫଳ । ସମସ୍ତ ଦଳର ପ୍ରାର୍ଥୀ ନିଜ ବିଜୟକୁ ନେଇ ଆଶାବାଦୀ ରହିଛନ୍ତି । ସେପଟେ ନିର୍ବାଚନ ଫଳାଫଳ ଯାହାବି ହେଲେ କଂଗ୍ରେସ ସବୁବେଳେ ପିପିଲିବାସୀଙ୍କ ସହିତ ରହିବ ବୋଲି କହିଛନ୍ତି କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ।
ପିପିଲି ଫଳାଫଳ ଯାହାବି ହେବ କଂଗ୍ରେସ ଗ୍ରହଣ କରିବ: ବିଶ୍ବକେଶନ - କଂଗ୍ରେସ ପିପିଲିବାସୀ ସହ ରହିବ
ଆରମ୍ଭ ହୋଇଛି ପିପିଲି ଉପନିର୍ବାଚନ ଭୋଟ ଗଣତି । ବିଜେଡି ଓ ବିଜେପି ଉଭୟ ନିର୍ବାଚନରେ ବ୍ୟାପକ ଅର୍ଥ ଖର୍ଚ୍ଚ କରିଥିବାରୁ ନିର୍ବାଚନୀ ଫଳାଫଳ ତାଙ୍କ ସପକ୍ଷରେ ଯିବା ନେଇ ଦାବି କରୁଛନ୍ତି । ତେଣୁ ଫଳ ଯାହାବି ହେବ ଆମେ ଗ୍ରହଣ କରିବୁ ବୋଲି କହିଲେ କଂଗ୍ରେସ ପ୍ରାର୍ଥୀ । ଅଧିକ ପଢନ୍ତୁ...
ପିପିଲି ଫଳାଫଳ ଯାହାବି ହେବ କଂଗ୍ରେସ ଗ୍ରହଣ କରିବ: ବିଶ୍ବକେଶନ
ବିଶ୍ବକେଶନ ବିଜେଡି ଓ ବିଜେପିକୁ ସମାଲୋଚନା ପୂର୍ବକ କହିଛନ୍ତି କି, ଉଭୟ ଦଳ ନିର୍ବାଚନରେ ବ୍ୟାପକ ଅର୍ଥ ଖର୍ଚ୍ଚ କରିଥିବାରୁ ନିର୍ବଚାନୀ ଫଳାଫଳ ତାଙ୍କ ସପକ୍ଷେପ ଯିବ ବୋଲି ଦାବି କରୁଛନ୍ତି । ହେଲେ କଂଗ୍ରେସ ନୈତିକତାକୁ ଗୁରୁତ୍ବ ଦେଇ ନିର୍ବାଚନ ଲଢିଛି । ଏଣୁ ଯାହାବି ଫଳାଫଳ ହେବ ତାହା କଂଗ୍ରେସ ଗ୍ରହଣ କରିବ ବୋଲି କଂଗ୍ରେସ ପ୍ରାର୍ଥୀ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ