ପୁରୀ: ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ କିଛି ସେବକଙ୍କ ମଧ୍ୟରେ ଶନିବାର ଗଣ୍ଡଗୋଳ ଘଟିଛି । ମଧ୍ୟାହ୍ନ ଭୋଜନ କରୁଥିବାବେଳେ କୌଣସି କଥାର ଯୁକ୍ତିତର୍କକୁ ନେଇ ମତଭେଦ ହୋଇଥିଲା । ଏହି ଘଟଣାରେ 2 ଜଣ ଆହତ ହୋଇଛନ୍ତି ।
ରଥର ଅମିନ ଲକ୍ଷ୍ମଣ ମହାରଣା ଓ ତାଙ୍କ ପୁଅ ସୁଧାକର ମହାରଣା ଆହତ ହୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଘଟଣାକୁ ନେଇ ସିଂହଦ୍ବାର ଥାନାରେ ଏତଲା ହୋଇଛି । ତେବେ ଅଭିଯୋଗ ମୁତାବକ ଦେବଦଳନ ରଥରେ ନିୟୋଜିତ ଥିବା କିଛି ବିଶ୍ବକର୍ମା ସେବକ ଏହି ଆକ୍ରମଣ କରିଥିଲେ ।