ଓଡିଶା

odisha

ETV Bharat / state

ସେତୁ ଉଦଘାଟନରେ କୋଭିଡ ନିୟମ ଉଲଙ୍ଘନ, ସମୀର ଦାଶଙ୍କ ବିରୋଧରେ ଏତଲା - ସମୀର ଦାଶଙ୍କ ବିରୋଧରେ ଏତଲା

ଶୁକ୍ରବାର ଅପରାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପୁରୀ ଜିଲ୍ଲା ଗୋପ ବ୍ଲକର ଧନୁଆଁ-ବୋଇତଗଙ୍ଗା ସେତୁର ଉଦଘାଟନ କରି ବିବାଦ ଘେରକୁ ଟାଣି ହୋଇଛନ୍ତି । ଯାହାକୁ ନେଇ ବିଜେପି ପକ୍ଷରୁ ଗୋପ ଥାନାରେ ଏକ ଏତଲା ଦିଆଯାଇଛି । ଅଧିକ ପଢନ୍ତୁ...

ସମୀର ଦାଶଙ୍କ ବିରୋଧରେ ବିଜେପି ପକ୍ଷରୁ ଏତଲା
ସମୀର ଦାଶଙ୍କ ବିରୋଧରେ ବିଜେପି ପକ୍ଷରୁ ଏତଲା

By

Published : Jun 19, 2021, 6:15 PM IST

ପୁରୀ:ଗଣଶିକ୍ଷା ମନ୍ତ୍ରୀଙ୍କ ବିରୋଧରେ ବିଜେପି ପକ୍ଷରୁ ଏତଲା । ଶୁକ୍ରବାର ଅପରାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପୁରୀ ଜିଲ୍ଲା ଗୋପ ବ୍ଲକର ଧନୁଆଁ-ବୋଇତଗଙ୍ଗା ସେତୁର ଉଦଘାଟନ କରି ବିବାଦ ଘେରକୁ ଟାଣି ହୋଇଛନ୍ତି । ଶୁକ୍ରବାର ହୋଇଥିବା ଏହି ସେତୁର ଉଦଘାଟନରେ ମନ୍ତ୍ରୀ କୋଭିଡ ନିୟମ ଉଲଙ୍ଘନ କରି ଶତାଧିକ କର୍ମୀଙ୍କ ସହ ଉପସ୍ଥିତ ରହିବା ନେଇ ରାଜନୀତି ଜୋର ଧରିଛି।

ସମୀର ଦାଶଙ୍କ ବିରୋଧରେ ବିଜେପି ପକ୍ଷରୁ ଏତଲା

ମନ୍ତ୍ରୀଙ୍କ ଏପରି କାର୍ଯ୍ୟକଳାପ ଉପରେ ବିଜେପି ପକ୍ଷରୁ ଗୋପ ଥାନାରେ ଏକ ଏତଲା ଦିଆଯାଇଛି। ଗତ ଦୁଇ ଦିନ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରେସ ବିବୃତିରେ ପୁରୀ ଜିଲ୍ଲାରେ ସଂକ୍ରମଣ ଅଧିକ ଥିବା ଦର୍ଶାଯାଇଥିଲେ ମଧ୍ୟ ମନ୍ତ୍ରୀ ସବୁ ଜାଣିବି ନିଜେ କୋଭିଡ ନିୟମ ନମାନିବା କେତେଦୂର ଠିକ୍ ତାହା ଏବେ ସାଧାରଣରେ ଆଙ୍ଗୁଳି ନିର୍ଦ୍ଦେଶ କରୁଛି।

ଯେଉଁଠି ବିବାହ, ବ୍ରତ ଓ ସାଧାରଣ ସଭା ସମିତି ପାଇଁ ସାଧାରଣ ଲୋକଙ୍କୁ କଟକଣା ଲଗାଯାଉଛି । ସେଠି ମନ୍ତ୍ରୀ ଏପରି କାର୍ଯ୍ୟକ୍ରମ କରିବାକୁ ନେଇ ବିଜେପି ନିନ୍ଦା କରିଛି। ଏନେଇ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଓ ସମ୍ପାଦିକା ଗୋପ ଥାନାରେ ଏକ ଏତଲା ଦେବା ସହ ମନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ପାଇଁ ଦାବି କରିଛି ବିଜେପି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details