ଓଡିଶା

odisha

ETV Bharat / state

ମୋ ଧାମ ମୋ ଗର୍ବ ଅଭିଯାନ, ତେଲୁଗୁ ଭାଷାରେ ଜିଲ୍ଲାପାଳଙ୍କ ଅପିଲ

ତେଲୁଗୁ ଭାଷାଭାଷୀ ଲୋକଙ୍କୁ ମୋ ଧାମ ମୋ ଗର୍ବ ଅଭିଯାନରେ ସାମିଲ ପାଇଁ ତେଲୁଗୁ ଭାଷାରେ ଅପିଲ କଲେ ପୁରୀ ଜିଲ୍ଲାପାଳ । ଅଧିକ ପଢନ୍ତୁ...

Colletor puri appeal local people in telugu language for clean city
ମୋ ଧାମ ମୋ ଗର୍ବ ଅଭିଯାନ, ତେଲୁଗୁ ଭାଷାରେ ଜିଲ୍ଲାପାଳଙ୍କ ଅପିଲ

By

Published : Nov 8, 2020, 4:39 AM IST

ପୁରୀ: ମୋ ଧାମ ମୋ ଗର୍ବ ଅଭିଯାନରେ ସାମିଲ ହେବାକୁ ମତ୍ସଜୀବୀଙ୍କୁ ତେଲୁଗୁ ଭାଷାରେ ଅପିଲ କଲେ ପୁରୀ ଜିଲ୍ଲାପାଳ । ପୁରୀକୁ ସ୍ବଚ୍ଛ ସହର ଭାବେ ସାରା ଦେଶରେ ସ୍ବତନ୍ତ୍ର ସ୍ଥାନ ଦେବା ପାଇଁ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂଙ୍କ ନିଆରା ଉଦ୍ୟମ ।

ମୋ ଧାମ ମୋ ଗର୍ବ ଅଭିଯାନ, ତେଲୁଗୁ ଭାଷାରେ ଜିଲ୍ଲାପାଳଙ୍କ ଅପିଲ

ମୋ ଧାମ ମୋ ଗର୍ବ କାର୍ଯ୍ୟକ୍ରମ ମାଧ୍ୟମରେ ପୁରୀ ସହର ବାସୀଙ୍କୁ ସେ ଏକାଠି କରି ଏହି କାର୍ଯ୍ୟକ୍ରମକୁ ଆଗକୁ ନେବାରେ ପ୍ରୟାସ କରିଛନ୍ତି ।

ପୁରୀ ସହରରେ ବିଶେଷ କରି ବହୁତ ମତ୍ସଜୀବୀ ବାସ କରୁଥିବା ବେଳେ ସେମାନେ ଓଡ଼ିଆ ଭାଷା ଜାଣି ନାହାଁନ୍ତି । ଫଳରେ ସ୍ବଚ୍ଛ ପୁରୀକୁ ନେଇ ଆରମ୍ଭ ହୋଇ ଥିବା ମୋ ଧାମ ମୋ ଗର୍ବ କାର୍ଯ୍ୟକ୍ରମରେ ମତ୍ସଜୀବୀଙ୍କୁ ସାମିଲ ପାଇଁ ଜିଲ୍ଲାପାଳ ବଲବନ୍ତ ସିଂ, ତେଲୁଗୁ ଭାଷାରେ ଅପିଲ କରିଛନ୍ତି । ଯାହାକି ବେଶ ଚର୍ଚ୍ଚାର ବିଷୟ ହୋଇଛି ।

ପୂର୍ବରୁ କୋଭିଡ ମହାମାରୀ ସମୟରେ ମଧ୍ୟ ତେଲୁଗୁ ଭାଷାଭାଷୀ ଲୋକଙ୍କୁ ସଚେତନ ପାଇଁ ଜିଲ୍ଲାପାଳ ତେଲୁଗୁ ଭାଷାରେ ସଚେତନତା ବାର୍ତ୍ତା ଦେଇଥିଲେ । ଜିଲ୍ଲାପାଳ ବଲବନ୍ତ ସିଂଏଭଳି ନିଆରା କାର୍ଯ୍ୟ ପାଇଁ ସବୁ ବେଳେ ଚର୍ଚ୍ଚାରେ ରହି ଆସିଥିବା ବେଳେ ବିଭିନ୍ନ ମହଲରୁ ଏହି ପ୍ରୟାସକୁ ପ୍ରଶଂସା କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details