ଓଡିଶା

odisha

ETV Bharat / state

ସ୍ନାନଯାତ୍ରାରେ ସହଯୋଗ କଲେ ପୁରୀବାସୀ, ଧନ୍ୟବାଦ ଜଣାଇଲେ ଜିଲ୍ଲାପାଳ

ମହାପ୍ରଭୁଙ୍କ ସ୍ନାନଯାତ୍ରାର ନୀତି ନିର୍ଘଣ୍ଟ ସମୟରେ ଅନୁଷ୍ଠିତ ହେଉଛି । ପୁରୀବାସୀ କଟକଣା ମାନି ପ୍ରଶାସନକୁ ସମର୍ଥନ କରି ଟିଭିରେ ସ୍ନାନଯାତ୍ରା ଦେଖୁଛନ୍ତି। ତେବେ ପୁରୀବାସୀ ପ୍ରଶାସନକୁ ସହଯୋଗ କରିଥିବାରୁ ପୁରୀ ଜିଲାପାଳ, ଏସପି, ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଧନ୍ୟବାଦ ଦେଇଛନ୍ତି। ଅଧିକ ପଢନ୍ତୁ...

By

Published : Jun 24, 2021, 1:16 PM IST

ସ୍ନାନଯାତ୍ରାରେ ଲୋକଙ୍କ ସହଯୋଗ ନେଇ ପୁରୀବାସୀଙ୍କୁ ଧନ୍ୟବାଦ ଦେଲେ ଜିଲ୍ଲାପାଳ
ସ୍ନାନଯାତ୍ରାରେ ଲୋକଙ୍କ ସହଯୋଗ ନେଇ ପୁରୀବାସୀଙ୍କୁ ଧନ୍ୟବାଦ ଦେଲେ ଜିଲ୍ଲାପାଳ

ପୁରୀ: ମହାପ୍ରଭୁଙ୍କ ସ୍ନାନଯାତ୍ରାର ନୀତି ନିର୍ଘଣ୍ଟ ସମୟରେ ଅନୁଷ୍ଠିତ ହେଉଛି । ପହଣ୍ଡିଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ସ୍ନାନନୀତି, ଗଜାନନବେଶ ସବୁ କିଛି ଠିକ ସମୟରେ ଅନୁଷ୍ଠିତ ହୋଇଛି ।

ସ୍ନାନଯାତ୍ରାରେ ଲୋକଙ୍କ ସହଯୋଗ ନେଇ ପୁରୀବାସୀଙ୍କୁ ଧନ୍ୟବାଦ ଦେଲେ ଜିଲ୍ଲାପାଳ

ସେହିପରି 144 ଧାରା କଟକଣା କରାଯାଇ ବିନା ଭକ୍ତରେ ସ୍ନାନଯାତ୍ରା ଅୟୋଜନ କରାଯାଇଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତି ଏଯାବତ ଉପୁଜି ନାହିଁ। ପୁରୀବାସୀ କଟକଣା ମାନି ପ୍ରଶାସନକୁ ସମର୍ଥନ କରି ଟିଭିରେ ସ୍ନାନଯାତ୍ରା ଦେଖୁଛନ୍ତି । ତେବେ ପୁରୀବାସୀ ପ୍ରଶାସନକୁ ସହଯୋଗ କରିଥିବାରୁ ପୁରୀ ଜିଲ୍ଲାପାଳ, ଏସପି ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଧନ୍ୟବାଦ ଦେଇଛନ୍ତି ।

ସେହିପରି ସନ୍ଧ୍ୟା 5ଟା ବେଳେ ବାହୁଡା ପହଣ୍ଡି ହେବାର ସମୟ ରହିଛି । ତେଣୁ ପ୍ରଶାସନ ଓ ସେବାୟତ ମିଳିତ ଆଲୋଚନା କରି ସବୁ ନୀତି କାର୍ଯ୍ୟ କରାଯାଉଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details