ଓଡିଶା

odisha

By

Published : Dec 1, 2021, 2:47 PM IST

ETV Bharat / state

Konark Festival: ଆଜି ସନ୍ଧ୍ୟାରେ VC ଯୋଗେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆଜି ଉଦଘାଟନ ହେବ କୋଣାର୍କ ଉତ୍ସବ-2021 ଓ ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ (Konark Festival And International sand Art) । ଅଧିକ ପଢନ୍ତୁ

Konarka Festival: ଆଜି ସନ୍ଧ୍ୟାରେ VC ଯୋଗେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
Konarka Festival: ଆଜି ସନ୍ଧ୍ୟାରେ VC ଯୋଗେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ପୁରୀ: ଆଜି ଉଦଘାଟନ ହେବ କୋଣାର୍କ ଉତ୍ସବ-2021 ଓ ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ (Konark Festival And International sand Art) । ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ରଙ୍ଗୀନ ଆଲୋକରେ ସଜେଇ ହୋଇଛି କୋଣାର୍କ ।

Konarka Festival: ଆଜି ସନ୍ଧ୍ୟାରେ VC ଯୋଗେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଏହାକୁ ମନଭରି ଉପଭୋଗ କରିବାକୁ ପର୍ଯ୍ୟଟକମାନଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଥିବାବେଳେ କୋଭିଡ କଟକଣାରେ ଚଳିତ ବର୍ଷ କୋଣାର୍କ ଉତ୍ସବ ଦେଖିବାକୁ ବ୍ୟବସ୍ଥା ହୋଇଛି । 5 ଦିନିଆ ଏହି କୋଣାର୍କ ଉତ୍ସବରେ ମୁକ୍ତାକାଶ ରଙ୍ଗ ମଞ୍ଚରେ ନାମିଦାମୀ କଳାକାର ନୃତ୍ୟ ପରିବେଷଣ କରିବେ । କୋଣାର୍କ ଉତ୍ସବ ଡିସେମ୍ବର 1 ତାରିଖରୁ ଆରମ୍ଭ ହୋଇ 5 ତାରିଖରେ ଶେଷ ହେବ । ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତ୍ରି 8ଟା 30 ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି ।


ସେପଟେ କୋଭିଡ କଟକଣାରେ କୋଣାର୍କ ଉତ୍ସବ କିଭଳି ଭାବରେ ସୁଚାର ରୂପରେ ଅନୁଷ୍ଠିତ ହେବ ସେନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଚଳିତ ବର୍ଷ ମୁକ୍ତାକାଶ ରଙ୍ଗ ମଞ୍ଚରେ ଆୟୋଜିତ କଳାକୃତି ପର୍ଯ୍ୟଟକମାନଙ୍କୁ ବେଶ୍ ଆକୃଷ୍ଟ କରିବ ବୋଲି ପର୍ଯ୍ୟଟନ ବିଭାଗ ଆଶା ରଖିଛି । ପର୍ଯ୍ୟଟକଙ୍କ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି । ସେପଟେ ଚନ୍ଦ୍ରଭାଗାରେ ବାଲୁକା ଚିତ୍ରକଳା ମହୋତ୍ସବ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details