ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ଫନି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରୀ ସର୍କିଟ ହାଉସରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଓ ବିଭାଗୀୟ ମନ୍ତ୍ରୀ ଯୋଗ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ଫନି ବିପନ୍ନଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଆଗାମୀ ଦିନରେ ପୁରୀ ସହରକୁ ୱାର୍ଲ୍ଡ ହେରିଟେଜ ସିଟି (ବିଶ୍ବ ଐତିହ୍ୟ ସହର) ରୂପେ ଘୋଷଣା କରିବେ ବୋଲି ଏହି ବୈଠକ ଶେଷରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି । ସେହିପରି ବିଦ୍ୟୁତ ସେବା ସୁଧାରିବା ନେଇ 10 ହଜାର ଲୋକ ନିୟୋଜିତ ଅଛନ୍ତି । କିଛିଦିନ ମଧ୍ୟରେ ବିଦ୍ୟୁତ ସେବା ସୁଧୁରିବା ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।