ପୁରୀ:ଜାପାନ ଯିବେ ମୁଖ୍ୟମନ୍ତ୍ରୀ । ଓଡ଼ିଶାକୁ ପୁଞ୍ଜି ଆଣିବା ଲାଗି ଏପ୍ରିଲ ପ୍ରଥମ ସପ୍ତାହରେ ଜାପାନ୍ ଗସ୍ତରେ ଯିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେକ୍ ଇନ୍ ଓଡ଼ିଶା ସଂସ୍କରଣରେ ପୁଞ୍ଜି ନିବେଶ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ଜାପାନର ଟପ୍ ବିଜନେସ୍ ଆଇକନ୍ମାନଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଓଡ଼ିଶାକୁ ଅଧିକ ପୁଞ୍ଜି କିଭଳି ଆସିପାରିବ ଏବଂ ଓଡ଼ିଶା ସମୃଦ୍ଧ ହେବା ସହ ଶିକ୍ଷିତ ଯୁବକ ଯୁବତୀ କିପରି କର୍ମନିଯୁକ୍ତି ପାଇବେ ସେନେଇ ମୁଖ୍ୟମନ୍ତ୍ରୀ ଉଦ୍ୟମ କରି ଆସୁଛନ୍ତି । ସେପଟେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଇଣ୍ଡୋ-ଜାପାନ ଫ୍ରେଣ୍ଡ୍ସିପ୍ ସେଣ୍ଟର ।
ଓଡ଼ିଶାର ଶିକ୍ଷିତ ଯୁବକଯୁବତୀ କିଭଳି କର୍ମନିଯୁକ୍ତି ପାଇ ପାରିବେ ସେ ଦିଗରେ ମୁଖ୍ୟମନ୍ତ୍ରୀ ଉଦ୍ୟମ କରି ଆସୁଛନ୍ତି । ଓଡ଼ିଶାର କିପରି ସମୃଦ୍ଧି ହେବ ଏବଂ ଜାପାନର ପୁଞ୍ଜିପତି ମାନେ ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପରେ କିଭଳି ଅର୍ଥ ବିନିଯୋଗ କରିବେ ସେନେଇ ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଯାଇ ଟପ୍ ବିଜନେସ୍ ଆଇକନମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ ନିବେଶ ନେଇ ବିସ୍ତୃତ ଆଲୋଚନା ହେବା ସହ ପୁଞ୍ଜି ନିବେଶ ପାଇଁ ଓଡ଼ିଶାରେ ଥିବା ବିପୁଳ ସମ୍ଭାବନାର ରୋଡ଼ ମ୍ୟାପ୍ ଦେଖାଇବେ ମୁଖ୍ୟମନ୍ତ୍ରୀ । ମେକ୍ ଇନ୍ ଓଡ଼ିଶା ସଂସ୍କରଣରେ ଏହି ପୁଞ୍ଜି ନିବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଏହାକୁ ସଫଳ କରିବା ପାଇଁ ରାଜ୍ୟ ସରକାର ଏବଂ ଇଣ୍ଡୋ-ଜାପାନ୍ ଫ୍ରେଣ୍ଡ୍ ସିପ୍ ସେଣ୍ଟରର ପ୍ରତିଷ୍ଠାତା ତଥା ଜାପାନ୍ କିୟୋତୋ ସହରର ଟୁରିଜିମ୍ ଆମ୍ବାସେଡର କୁନା ଦାଶ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।