ଓଡିଶା

odisha

ETV Bharat / state

ପୋପଙ୍କୁ ପୁରୀର ପଟ୍ଟଚିତ୍ର ଉପହାର ଦେଲେ ନବୀନ - ବିଶ୍ବ ଦରବାରରେ ପୁରୀ ପଟ୍ଟଚିତ୍ର

ଭାଟିକାନ ସିଟିରେ ପହଞ୍ଚିଲା ପୁରୀର ପଟ୍ଟଚିତ୍ର । ୨ଫୁଟ ଓସାର ଓ ୩ ଫୁଟ ଉଚ୍ଚତାର ଏହି ପଟ୍ଟଚିତ୍ରଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋମ ଗସ୍ତରେ ଯାଇଥିବାବେଳେ ପୋପଙ୍କୁ ପ୍ରଦାନ କରିଛନ୍ତି । ଜଳ ହିଁ ଜୀବନର ଶୀର୍ଷକ ଦର୍ଶାଉଥିବା ଏହି ପଟ୍ଟଚିତ୍ରଟି ପୋପଙ୍କୁ ବେଶ ଆକୃଷ୍ଟ କରିଛି । ପୁରୀ ରଘୁରାଜପୁରର ଅପିନ୍ଦ୍ର ଓ ତାଙ୍କର ପରିବାର ଏହି ନିଖୁଣ ପଟ୍ଟଚିତ୍ରଟିକୁ ତିଆରି କରିଛନ୍ତି । ଅଧିକ ପଢ଼ନ୍ତୁ

cm naveen Patnaik gifted puri patta chitra to pope
ପୋପଙ୍କୁ ପୁରୀର ପଟ୍ଟଚିତ୍ର ଉପହାର ଦେଲେ ନବୀନ

By

Published : Jun 24, 2022, 12:21 PM IST

ପୁରୀ: ଭାଟିକାନ ସିଟିରେ ପହଞ୍ଚିଲା ପୁରୀର ପଟ୍ଟଚିତ୍ର । ୨ଫୁଟ ଓସାର ଓ ୩ ଫୁଟ ଉଚ୍ଚତାର ଏହି ପଟ୍ଟଚିତ୍ରଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋମ ଗସ୍ତରେ ଯାଇଥିବାବେଳେ ପୋପଙ୍କୁ ପ୍ରଦାନ କରିଛନ୍ତି । ଜଳ ହିଁ ଜୀବନର ଶିର୍ଶକ ଦର୍ଶାଉଥିବା ଏହି ପଟ୍ଟଚିତ୍ରଟି ପୋପଙ୍କୁ ବେଶ ଆକୃଷ୍ଟ କରିଛି । ପୁରୀ ରଘୁରାଜପୁରର ଅପିନ୍ଦ୍ର ଓ ତାଙ୍କର ପରିବାର ଏହି ନିଖୁଣ ପଟ୍ଟଚିତ୍ରଟିକୁ ତିଆରି କରିଛନ୍ତି ।

ପୋପଙ୍କୁ ପୁରୀର ପଟ୍ଟଚିତ୍ର ଉପହାର ଦେଲେ ନବୀନ

ଅପିନ୍ଦ୍ର ଏହି ଚିତ୍ରଟିକୁ ୧୨ହଜାର ଟଙ୍କାରେ ବିକ୍ରୀ କରିଥିଲେ। ଯାହାର କନ୍ସେପ୍ଟ ଥିଲା 'ଟ୍ରି ଅଫ୍ ଲାଇଫ' । ମାତ୍ର ମୁଖ୍ୟମନ୍ତ୍ରୀ ଏହାକୁ ନେଇ ପୋପଙ୍କୁ ଉପହାର ଦେବେ ବୋଲି ସେ ଜାଣିନଥିବା କହିଛନ୍ତି । ଖବର ଜାଣିବା ପରେ ପ୍ରେରଣା ପାଇଲେ ଏବଂ ଆଗକୁ ଆହୁରି ଭଲ କନସେପ୍ଟ ନେଇ ପଟ୍ଟଚିତ୍ର କରିବେ । ଯେଭଳି ଓଡିଶା କି ଭାରତ ନୁହେଁ ସାରା ବିଶ୍ୱରେ ତାଙ୍କ ପଟ୍ଟଚିତ୍ର ଆଦୃତ ହୋଇପାରିବ ବୋଲି କହିଛନ୍ତି । ପୋପଙ୍କ ପଟ୍ଟଚିତ୍ର ଉପହାରକୁ ନେଇ ସବୁଠି ଚର୍ଚ୍ଚା ।

ମୁଖ୍ୟମନ୍ତ୍ରୀଙ୍କ ଠାରୁ ଏହି ଉପହାରଟି ପାଇବା ପରେ ପୋପ୍ ଫ୍ରାନସିଜ ବେଶ ଖୁସି ହୋଇଯାଇଥିଲେ । ପଟ୍ଟଚିତ୍ରଟି ବିଶ୍ୱଦରବାରରେ ପହଞ୍ଚାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅପିନ୍ଦ୍ର । ଚିତ୍ରଟି କିଣିବା ପାଇଁ ଅନଲାଇନରେ ବୁକିଂ ହୋଇଥିଲା । ତାପରେ ଜଣେ ବ୍ୟକ୍ତି ଆସି ୧୨ହଜାର ଟଙ୍କା ଦେଇ କିଣି ନେଇଥିଲେ । ହେଲେ ସେହି ପଟ୍ଟଚିତ୍ରଟି ସରକାରଙ୍କ ପକ୍ଷରୁ କିଣାଯାଇଛି ଏବଂ ପୋପଙ୍କୁ ଉପହାର ଦିଆଯିବ ବୋଲି ସେ ଜାଣିନଥିଲେ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details