ଓଡିଶା

odisha

ETV Bharat / state

ମୋ ବିଚ ଯୋଗାଭ୍ୟାସ ଉଦଯାପିତ

ମହାମାରୀ କୋରୋନାକୁ ହରାଇଥିବା ବ୍ୟକ୍ତିଙ୍କୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା ଏହି ଦୁଇ ଦିନିଆ ଯୋଗାଭ୍ୟାସ କାର୍ଯ୍ୟକ୍ରମ ।

closing ceremony of puri mo beach yoga program
ମୋ ବିଚ ଯୋଗାଭ୍ୟାସ ଉଦଯାପିତ

By

Published : Oct 18, 2020, 10:30 AM IST

Updated : Oct 18, 2020, 11:43 AM IST

ପୁରୀ: ଶେଷ ହୋଇଛି ମୋ ବିଚ୍ ଯୋଗାଭ୍ୟାସ କାର୍ଯ୍ୟକ୍ରମ । ମହାମାରୀ କୋରୋନାକୁ ହରାଇଥିବା ବ୍ୟକ୍ତିଙ୍କୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା ଏହି ଦୁଇ ଦିନିଆ ଯୋଗାଭ୍ୟାସ କାର୍ଯ୍ୟକ୍ରମ ।

ମୋ ବିଚ ଯୋଗାଭ୍ୟାସ ଉଦଯାପିତ

ଭାରତ ସରକାରଙ୍କ ଆୟୁଷ ବିଭାଗ, ରାଜ୍ୟ ସରକାରଙ୍କ ପରାମର୍ଶ ଓ ଗାଇଡଲାଇନକୁ ଅନୁପାଳନ କରି ପୁରୀର ବ୍ଲୁ ଫ୍ଲାଗ ବିଚରେ ମୋ ବିଚ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ମୁଖ୍ୟତଃ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଶେଷ ତଥା ଉଦଯାପନୀ ଦିବସରେ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା ଯୋଗ ଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଯୋଗ ପ୍ରାଣାୟମ ଦ୍ବାରା ଦେହରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବ । ଫଳରେ କୋଭିଡ ମହାମାରୀ ସମୟରେ ସମସ୍ତେ ସକାଳୁ ଯୋଗ କରିବା ସହ ନିରୋଗ ରହି କୋଭିଡ ସଂକ୍ରମଣରୁ ବର୍ତ୍ତିବାକୁ କ୍ରୀଡା ମନ୍ତ୍ରୀ କହିଥିଲେ।

ବିଭିନ୍ନ ସ୍ଥାନରେ 10ଟି ପେଣ୍ଡାଲରେ ଦୁଇ ଦିନ ଧରି 400 ପାଖାପାଖି କୋଭିଡ଼ରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନେ ଉପସ୍ଥିତ ରହି ଯୋଗ କରିଥିଲେ । ପାରମ୍ପରିକ ଯୋଗ ମୁଦ୍ରା ଦ୍ବାରା କିଭଳି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବ ଏବଂ କୋରୋନା ବିରୋଧରେ ଲଢେଇ କରି ମୁକ୍ତି ମିଳିବ ସେନେଇ 10ଜଣ ତାଲିମପ୍ରାପ୍ତ ଯୋଗ ଶିକ୍ଷକ ଯୋଗ ଶିଖାଇଥିଲେ ।

ଭୋର 5ଟା ରୁ ଏହି ଶିବିର ଆରମ୍ଭ ହୋଇଥିବାବେଳେ ଏହାର ଆଜି ଉଦଯାପନୀ ଦିବସ ଥିଲା । ତେବେ ଯୋଗ ପ୍ରାଣାୟମ ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବ । କୋଭିଡ ମହାମାରୀ ସମୟରେ ପ୍ରତ୍ୟେକ ଲୋକ ପ୍ରତିଦିନ ଯୋଗାଭ୍ୟାସ କରିବାକୁ ବାର୍ତ୍ତା ଦେଇଛନ୍ତି, ପୁରୀ ଜିଲ୍ଲାପାଳ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 18, 2020, 11:43 AM IST

ABOUT THE AUTHOR

...view details