ବ୍ରହ୍ମଗିରି: ସାରା ବିଶ୍ବରେ ମହାମାରୀ କୋରୋନା ଆତଙ୍କ ଖେଳାଉଥିବାବେଳେ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରୟାସକୁ ଚାରିଆଡେ ପ୍ରଶଂସା କରାଯାଉଛି । ତେବେ ଏହି ସମୟରେ ବ୍ରହ୍ମଗିରି ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ 13 ମାସ ହେବ ଦରମା ନ ପାଇ ସଫେଇ କର୍ମଚାରୀମାନେ ଧାରଣା ଦେଇଛନ୍ତି ।
ଦରମା ନପାଇ ସ୍ବାସ୍ଥ୍ୟକେନ୍ଦ୍ରରେ ସଫେଇ କର୍ମଚାରୀଙ୍କ ଧାରଣା - Cleaning staff protest
ବ୍ରହ୍ମଗିରିରେ ଦରମା ନପାଇ ଧାରଣାରେ ବସିଲେ ସଫେଇ କର୍ମଚାରୀ । ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଧାରଣା ଦେଇଛନ୍ତି କର୍ମଚାରୀ । ଅଧିକ ପଢନ୍ତୁ...
![ଦରମା ନପାଇ ସ୍ବାସ୍ଥ୍ୟକେନ୍ଦ୍ରରେ ସଫେଇ କର୍ମଚାରୀଙ୍କ ଧାରଣା health center of rebana](https://etvbharatimages.akamaized.net/etvbharat/prod-images/768-512-6449740-thumbnail-3x2-brmagiri.jpg)
ଦରମା ନପାଇ ସ୍ବାସ୍ଥ୍ୟକେନ୍ଦ୍ରରେ ସଫେଇ କର୍ମଚାରୀଙ୍କ ଧାରଣା
ଦରମା ନପାଇ ସ୍ବାସ୍ଥ୍ୟକେନ୍ଦ୍ରରେ ସଫେଇ କର୍ମଚାରୀଙ୍କ ଧାରଣା
ସେମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଥିବା ଜଣାପଡିଛି । ଦରମା ନପାଇବା ସହ ଡାକ୍ତର ତାଙ୍କୁ ଖରପା ବ୍ୟବହାର କରୁଥିବା ଦର୍ଶାଇ ସେମାନେ ଧାରଣାରେ ବସିଛନ୍ତି । ସେପଟେ କୋରୋନାକୁ ନେଇ ଏପରି ଘଡିସନ୍ଧି ମୁହୂର୍ତ୍ତରେ ସଫେଇ କର୍ମଚାରୀଙ୍କ ଧାରଣା ରୋଗୀଙ୍କ ଚିନ୍ତାର କାରଣ ପାଲଟିଛି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ
Last Updated : Mar 18, 2020, 11:13 AM IST
TAGGED:
ସଫେଇ କର୍ମଚାରୀ