ପୁରୀ :ପୁରୀ ପୌରପାଳିକା ଅଧୀନରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀ ଆଜି(ସୋମବାର) ପୌରପାଳିକା ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷା ଓ କୌଣସି ଅଘଟଣର ଶିକାର ହେଲେ ମାଗଣା ଚିକିତ୍ସା ସୁବିଧା ସମେତ କ୍ଷତି ପୂରଣ ଦାବି ନେଇ ଏହି ଧାରଣା ଦେଇଥିଲେ ପୁରୀ ପୌର ପାଳିକାର ସଫେଇ କର୍ମଚାରୀ।
ସହାୟତା ଦାବିରେ ସଫେଇ କର୍ମଚାରୀଙ୍କ ଧାରଣା - ସଫେଇ କର୍ମଚାରୀ ଙ୍କ ଧାରଣା
ପୁରୀ ପୌରପାଳିକା ଅଧୀନରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀ ଆଜି(ସୋମବାର) ପୌରପାଳିକା ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ଅଧିକ ପଢନ୍ତୁ...
ରବିବାର ରାତି 3ଟାବେଳେ ସ୍ୱର୍ଗଦ୍ୱାର ଅଞ୍ଚଳରେ ସଫେଇ କରୁଥିବାବେଳେ ଏକ ବାରହା ଆକ୍ରମଣର ଶିକାର ହୋଇ ତିନି ଜଣ ସଫେଇ କର୍ମଚାରୀ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଓ କ୍ଷତିପୂରଣ ଦାବି କରିଛନ୍ତି ସଫେଇ କର୍ମଚାରୀ। ସେହିପରି ରାତି 3 ଟା ରୁ ସଫେଇ କାର୍ଯ୍ୟକୁ ମଧ୍ୟ ସଂଘ ବିରୋଧ କରିଛି। ରାତି 3 ଟା ରୁ କାର୍ଯ୍ୟ ପାଇଁ ରାତି 2 ଟା ରୁ ଯିବାକୁ ପଡୁଛି। ଫଳରେ ମହିଳା ସଫେଇ କର୍ମଚାରୀ ରାତିରେ ଅନେକ ଅସାମାଜିକ ଲୋକଙ୍କ ଶିକାର ହେଉଛନ୍ତି । ଏଣୁ ସଫେଇ କର୍ମଚାରୀଙ୍କ ସୁରକ୍ଷା ପାଇଁ ସକାଳ 4 ଟାରୁ ପୂର୍ବ ଭଳି ସହରରେ ସଫେଇ କାର୍ଯ୍ୟ କରାଯିବାକୁ ଦାବି କରାଯାଇଛି। 7 ଦିନ ଭିତରେ ଏହି ଦାବି ପୂରଣ ନ ହେଲେ ସମସ୍ତ ସଫେଇ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ