ପୁରୀ:ଶ୍ରୀମନ୍ଦିରରେ ସୋମବାର ଦେଖିବାକୁ ମିଳିଛି ଅଘଟଣ । ଆନନ୍ଦବଜାରରେ 2 ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଜଣଙ୍କ ଆକ୍ରମଣରେ ଆଉ ଜଣେ ଆହତ ହୋଇଥିବା ବେଳେ ସିଂହଦ୍ବାର ଥାନାରେ ଏନେଇ ଅଭିଯୋଗ ହୋଇଛି ।
ଶ୍ରୀମନ୍ଦିରରେ 2 ସେବାୟତ ହାତାହାତି - Shrimandir puri
ଶ୍ରୀମନ୍ଦିରରେ ଆଜି (ସୋମବାର) 2 ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଶ୍ରୀମନ୍ଦିରରେ 2 ସେବାୟତ ହାତାହାତି
ଶ୍ରୀମନ୍ଦିରରେ 2 ସେବାୟତ ହାତାହାତି
ଆହତ ସେବାୟତ ହେଉଛନ୍ତି ହରେକୃଷ୍ଣ ସୁଆର। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେବାୟତ ବୁଲୁ ପଣ୍ତାଙ୍କ ଆକ୍ରମଣରେ ଆହତ ହୋଇଥିବା ଅଭିଯୋଗ କରିଛନ୍ତି ହରେକୃଷ୍ଣ । ଘଟଣା ନେଇ ସିଂହଦ୍ବାର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି ବୋଲି ସୂଚନା ଦେଇଛନ୍ତି ପୁରୀ ଏସପି କେ ବିଶାଳ ସିଂ । ଆହତ ସେବାୟଙ୍କ କହିବା ଅନୁସାରେ ଅନ୍ୟ ଜଣେ ସେବାୟତ ତାଙ୍କୁ ଠେଲି ଦେଇଥିଲେ । ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ତେବେ ପୋଲିସର ତଦନ୍ତ ପରେ ଗଣ୍ଡଗୋଳର ପ୍ରକୃତ କାରଣ ଜଣାପଡିବ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ