ପୁରୀ: ଗ୍ରାମୀଣ ନ୍ୟାୟାଳୟ ଓ VWDC କୋର୍ଟ ବିଲ୍ଡିଂ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍ ମୁରଲୀଧରଙ୍କ ଦ୍ବାରା ଏହା ସମ୍ପନ୍ନ କରାଯାଇଛି । ଶନିବାର ପୁରୀ ଜିଲ୍ଲା ଗସ୍ତରେ ଆସି ହାଇକୋର୍ଟ ମୁଖ୍ୟ ବିଚାରପତି ପ୍ରଥମେ କୋଣାର୍କରେ ସିଭିଲ କୋର୍ଟ ବିଲ୍ଡିଂ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ତାଳବଣିଆରେ ପ୍ରସ୍ତାବିତ ଗ୍ରାମୀଣ ନ୍ୟାୟାଳୟ କୋର୍ଟ ଓ ପରେ ସିଭିଲ କୋର୍ଟ ପରିସରରେ VWDC ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।
ଭର୍ଚୁଆଲ୍ କୋର୍ଟ ଦ୍ବାରା ଉଭୟ ଆଇନଜୀବୀ ଓ ଜନସାଧାରଣ ଉପକୃତ ହୋଇପାରିବେ । VWDC ସେଣ୍ଟରରେ ଅତି ସମ୍ବେଦନଶୀଳ ମାମଲାର ପୀଡ଼ିତ ଓ ସାକ୍ଷୀଙ୍କ ଗୁପ୍ତରେ ବୟାନ ରେକର୍ଡ କରାଯାଇ ଶୁଣାଣି କରାଯିବ । ଗ୍ରାମୀଣ ନ୍ୟାୟାଳୟ ଦ୍ଵାରା ସହଜରେ ଗ୍ରାମୀଣ ମାମଲା ଗୁଡ଼ିକର ବିଚାର ହୋଇପାରିବ । ଗତକାଲି (ଶନିବାର) ନବନିର୍ମିତ ଭର୍ଚୁଆଲ୍ ହାଇକୋର୍ଟ ଭାରତର ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୁଡ଼ଙ୍କ ଦ୍ବାରା ଭର୍ଚୁଆଲ୍ ମୋଡରେ ଉଦ୍ଘାଟିତ ହୋଇଥିଲା । ଏହି ଭର୍ଟୁଆଲ୍ କୋର୍ଟ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି । ଏହି କୋର୍ଟ ଦ୍ବାରା ଓକିଲ ଓ ମହକିଲମାନେ ଉଚ୍ଚ ନ୍ୟାୟାଳୟ ବେଞ୍ଚରେ ହାଜର ନହୋଇ ଭର୍ଚୁଆଲ୍ କୋର୍ଟ ମାଧ୍ୟମରେ ମାମଲା ଦାଖଲ, ଶୁଣାଣୀ ଓ ପରିଚାଳନା କରିପାରିବେ ।