ପୁରୀ: ରଥଖଳାରେ ଚାଲିଛି ତିନି ରଥର ତୁମ୍ବ ନିର୍ମାଣ । ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ପରେ ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ତିନି ରଥର ତୁମ୍ବ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଭୋଇ ସେବକ ଅବଶ୍ୟକ କାଠ ଯୋଗାଇ ଦେଉଛନ୍ତି ।
ରଥଖଳା ହାଲଚାଲ: ଚାଲିଛି ତିନି ରଥର ତୁମ୍ବ ନିର୍ମାଣ
ରଥଖଳାରେ ଚାଲିଛି ତିନି ରଥର ତୁମ୍ବ ନିର୍ମାଣ । ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ପରେ ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଅଧିକ ପଢନ୍ତୁ
ରଥଖଳା ହାଲଚାଲ: ଚାଲିଛି ତିନି ରଥର ତୁମ୍ବ ନିର୍ମାଣ
ସପ୍ତମ ଦିନରେ ସୂତା ବାଡ଼ିଆ, ପରେ ବିନ୍ଧ ଓ ପଇ ନିର୍ମାଣ କାର୍ଯ୍ୟ ହେବ । ସକାଳ ୮.୦୦ରୁ ରାତି ୮.୦୦ ପର୍ଯ୍ୟନ୍ତ ରଥ ଖଳାରେ କାର୍ଯ୍ୟରେ ଲାଗିଛନ୍ତି ମହାରଣା ଓ ଭୋଇ ସେବକ । ଏଥିସହ ମହାରଣା ଓ ଭୋଇସେବକଙ୍କ ଲାଗି ଖରାକୁ ଦେଖି ସମସ୍ତ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି । ରଥ ନିର୍ମାଣ ପାଇଁ ୬୭୫ଖଣ୍ଡ କାଠ ପହଞ୍ଚି ସାରିଥିବା ବେଳେ ପର୍ଯ୍ୟାୟ କ୍ରମେ ଆଉ ୧୧୦ଖଣ୍ଡ କାଠ ପହଞ୍ଚିବ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ