ପୁରୀ: ରବିବାର ପାଳନ ହୋଇଛି ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନର ପରମ୍ପରା ଅନୁଯାୟୀ ପୁରୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ଅନୁକୁଳ ହୋଇଛି । ହେଲେ ଚଳିତ ବର୍ଷ ରଥ ଖଳାରେ ରଥ ନିର୍ମାଣ ଅନୁକୁଳ ନ ହୋଇ ଶ୍ରୀମନ୍ଦିର ଭିତରେ ହୋଇଛି । ସ୍ନାନ ମଣ୍ଡପ ନିକଟରେ ଏହି ରଥ ନିର୍ମାଣ ଅନୁକୂଳ କରାଯାଇଛି ।
ଶ୍ରୀମନ୍ଦିର ପରିସରରେ ଅନୁକୂଳ ହେଲା ରଥ ନିର୍ମାଣ କାର୍ଯ୍ୟ ଓ ଚନ୍ଦନ ଯାତ୍ରା ଦେଉଳ ପୁରୋହିତ ଓ ବ୍ରାହ୍ମଣଙ୍କ ଉପସ୍ଥିତିରେ ବନ ଜାଗ ପଦ୍ଧତିରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଛି । ମହାରଣା ସେବକମାନେ ମଧ୍ୟ ପାରମ୍ପରିକ ପୂଜାର୍ଚ୍ଚନା କରିଥିଲେ ।
ଅନ୍ୟପଟେ ମହାପ୍ରଭୁଙ୍କ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେଉଥିବା ଚନ୍ଦନ ଯାତ୍ରା ବି ଏଥର ଶ୍ରୀମନ୍ଦିର ଭିତରେ ହୋଇଛି । ମନ୍ଦିର ଭିତରେ ଜଳ କ୍ରୀଡା ମଣ୍ଡପ କରାଯାଇଛି । ଚଳିତ ବର୍ଷ କୋରୋନା ଭୟ ଓ ଲକଡାଉନ କଟକଣା ଯୋଗୁଁ ଏହି ସବୁ ପରମ୍ପରାକୁ ବନ୍ଦ କରାନଯାଇ ବରଂ ଭିନ୍ନ ଢଙ୍ଗରେ ପାଳନ କରାଯାଇଛି । ମହାପ୍ରଭୁଙ୍କ ସମସ୍ତ କାର୍ଯ୍ୟକ୍ରମ ଶ୍ରୀମନ୍ଦିର ବାହାରେ ନ ହୋଇ ଶ୍ରୀମନ୍ଦିର ଭିତରେ ଆୟୋଜିତ ହୋଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ