ପୁରୀ: ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ନେଇ ବ୍ୟାରିକେଡରେ ପରିବର୍ତ୍ତନ । ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବା ପରେ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖାଯାଇ ଲମ୍ବା ବ୍ୟାରିକେଡ କରାଯାଇଥିଲା। ତେବେ ଏହି ବ୍ୟାରିକେଡ ଲମ୍ବ କମାଇବା ପାଇଁ ନିଷ୍ପତ୍ତି ହୋଇଛି। ମରିଚିକୋଟ ଛକରୁ ଏହି ବ୍ୟାରିକେଡ ବ୍ୟବସ୍ଥା ହେବ। ଫଳରେ ଅଳ୍ପ ଦୂରତା ଅତିକ୍ରମ କରି ଭକ୍ତମାନେ ଶ୍ରୀମନ୍ଦିରକୁ ଯାଇପାରିବେ।
ଶ୍ରଦ୍ଧାଳୁଙ୍କୁ ଆଶ୍ବସ୍ତି, ମରିଚିକୋଟ ଛକରୁ ବ୍ୟାରିକେଡ ବ୍ୟବସ୍ଥା - ପୁରୀ
ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ନେଇ ବ୍ୟାରିକେଡରେ ପରିବର୍ତ୍ତନ । ଶ୍ରୀମନ୍ଦିରରେ ସାଧରଣ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବା ପରେ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖାଯାଇ ଲମ୍ବା ବ୍ୟାରିକେଡ କରାଯାଇଥିଲା। ଅଧିକ ପଢନ୍ତୁ..
ଭକ୍ତଙ୍କୁ ଆଶ୍ବସ୍ତି, ଶ୍ରୀମନ୍ଦିରରେ ପରିବର୍ତ୍ତନ ହେବ ବ୍ୟାରିକେଡ୍
ଭକ୍ତଙ୍କୁ ଆଶ୍ବସ୍ତି, ଶ୍ରୀମନ୍ଦିରରେ ପରିବର୍ତ୍ତନ ହେବ ବ୍ୟାରିକେଡ୍
ପୂର୍ବରୁ ଜଗନ୍ନାଥବଲ୍ଲଭ ପାର୍କିଂରୁ ଶ୍ରୀମନ୍ଦିର କାର୍ଯ୍ୟଳୟ ଯାଏଁ ଅସ୍ଥାୟୀ ବ୍ୟାରିକେଡ କରାଯାଇଥିଲା। ଫଳରେ ଦୀର୍ଘ 2 କିଲୋମିଟର ପାଖାପାଖି ଭକ୍ତମାନେ ଚାଲି ଚାଲି ଶ୍ରୀମନ୍ଦିରକୁ ଆସୁଥିଲେ। ଫଳରେ ଏଥିରେ ଅଧିକ ପ୍ରଭାବିତ ହୋଇଥିଲେ ବୟସ୍କ ବ୍ୟକ୍ତି, ଛୋଟ ପିଲା, ମହିଳା । ଏ ନେଇ ଭକ୍ତ ମହଲରେ ଅସନ୍ତୋଷ ସୃଷ୍ଟି ହେବାରୁ ଏହି ବ୍ୟାରିକେଡରେ ପରିବର୍ତ୍ତନ କରାଯାଇଛି। ପୁରୀ ଏସପି କେ.ବିଶାଳ ସିଂଙ୍କ ନିର୍ଦ୍ଦେଶ କ୍ରମେ ଆଜି ଠାରୁ ଏହି ବ୍ୟାରିକେଡ ବ୍ୟବସ୍ଥା ପରିବର୍ତ୍ତନ କରାଯାଇ ମରିଚିକୋଟ ଛକରୁ କରାଯାଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ