ଓଡିଶା

odisha

ETV Bharat / state

ପବିତ୍ର ଶାମ୍ବ ଦଶମୀ: ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ଼ - chandrabhaga see beach crowd for samaba dasami

ପବିତ୍ର ଶାମ୍ଵ ଦଶମୀ ଅବସରରେ କୋଣାର୍କ ଚନ୍ଦ୍ରଭାଗା ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ । ପରିବାରର ମଙ୍ଗଳ କାମନା କରି ସୂର୍ଯ୍ୟନାରାୟଣଙ୍କୁ ଦୀପଦାନ କରିବା ସହିତ ପୂଜାର୍ଚ୍ଚନା କରିଛନ୍ତି ଭକ୍ତଗଣ ।

ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ଼
ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ଼

By

Published : Jan 5, 2020, 2:44 PM IST

ପୁରୀ: ଆଜି ହେଉଛି ପବିତ୍ର ଶାମ୍ଵ ଦଶମୀ । ଏଥିପାଇଁ ଚଳଚଞ୍ଚଳ କୋଣାର୍କ ଚନ୍ଦ୍ରଭାଗା ପୀଠ । ହଜାର ହଜାର ଶ୍ରଦ୍ଧାଳୁ ପରିବାରର ମଙ୍ଗଳ କାମନା କରି ଏକାଠି ହୋଇଥିଲେ ଚନ୍ଦ୍ରଭାଗାରେ। ଶ୍ରଦ୍ଧାଳୁମାନେ ପ୍ରାତଃ ସମୟରେ ପ୍ରଭୁ ସୂର୍ଯ୍ୟନାରାୟଣଙ୍କୁ ଦୀପଦାନ କରିବା ସହିତ ପୂଜାର୍ଚ୍ଚନା କରି ପିଲାଙ୍କର ମଙ୍ଗଳ କାମନା କରିଥିଲେ ।

ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ଼

ଏହାପରେ ଅନନ୍ତ ଅବଦୂତ ମଠରୁ ସୂର୍ଯ୍ୟରଥ ବାହାରି ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଯାଇଥିଲା । ପୌରାଣିକ କଥାନୁସାରେ ଶ୍ରୀକୃଷ୍ଣଙ୍କର ପୁଅ ଶାମ୍ଵ ଆଜିର ଦିନରେ ସୂର୍ଯ୍ୟଙ୍କୁ ଉପାସନା କରି କୃଷ୍ଠ ରୋଗରୁ ମୁକ୍ତି ପାଇଥିଲେ । ଏହି ବିଶ୍ଵାସରେ ଶ୍ରଦ୍ଧାଳୁମାନେ ନିଜ ପିଲା ମାନଙ୍କୁ ବିଭିନ୍ନ ରୋଗରୁ ମୁକ୍ତି ଦେବା ପାଇଁ ଚନ୍ଦ୍ରଭାଗାରେ ସୂର୍ଯ୍ୟପୂଜା କରିବାର ଦେଖିବାକୁ ମିଳିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details