ଓଡିଶା

odisha

ETV Bharat / state

କୋଭିଡ କଟକଣାରେ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା - ଶ୍ରୀମନ୍ଦିର ପ୍ରଶାସନ ଚନ୍ଦନ ଯାତ୍ରା ବୈଠକ

ଚଳିତ ବର୍ଷ ଶ୍ରୀମନ୍ଦିର ବାହାରେ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଅଧିକ ପଢନ୍ତୁ....

କୋଭିଡ କଟକଣାରେ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା
କୋଭିଡ କଟକଣାରେ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା

By

Published : May 6, 2021, 3:59 PM IST

ପୁରୀ: ଏଥର ମଧ୍ୟ ହେବ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା । କୋଭିଡ କଟକଣା ମଧ୍ୟରେ ଯାତ୍ରା ଅନୁଷ୍ଠିତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇଛି । ଏନେଇ ଆଜି(ଗୁରୁବାର) ଏକ ବୈଠକ ବସିଥିବାବେଳେ ଆସନ୍ତା 11ରେ ଛତିଶା ନିଯୋଗ ବୈଠକ ବସିବ ।

କୋଭିଡ କଟକଣାରେ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା

ସୂଚନା ଅନୁଯାୟୀ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ଯକ୍ଷତାରେ ଏକ ଭର୍ଚୁଆଲ ବୈଠକ ବସିଛି । ବୈଠକରେ ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ଶ୍ରୀମନ୍ଦିର ବାହାରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ନୀତି କରିବାକୁ ନିଷ୍ପତି ନିଆଯାଇଛି । ସର୍ବନିମ୍ନ ସେବାୟତଙ୍କୁ ନେଇ ଅନୁଷ୍ଠିତ ହେବ ଚନ୍ଦନ ଯାତ୍ରା । ଏନେଇ ଅସନ୍ତା ୧୧ ତାରିଖରେ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବସିବ । ଏହା ପୂର୍ବରୁ ଜିଲ୍ଲାପାଳ ବୈଠକ କରି ଚନ୍ଦନଯାତ୍ରାରେ ସାମିଲ ହେବାକୁ ଥିବା ସର୍ବନିମ୍ନ ଲୋକଙ୍କ ତାଲିକା ପ୍ରସ୍ତୁତ କରିବେ ବୋଲି ଜଣାପଡିଛି ।

ସେହିପରି ସେବାୟତଙ୍କ ଟୀକାକରଣ ପାଇଁ ଘରକୁ ଘର ବୁଲି ସର୍ଭେ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ଆବଶ୍ୟକ ପଡ଼ିଲେ ଆଉ ଏକ ଟୀକାକରଣ କେନ୍ଦ୍ର ମଧ୍ୟ ଖୋଲାଯିବ । କୋଭିଡ୍ ପରିଚାଳନା ନେଇ ଗଠିତ ସାତଜଣିଆ ଟିମ୍ ଓ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଛି ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details