ପୁରୀ: ବନ୍ୟାରେ କ୍ଷୟକ୍ଷତି ଆକଳନ ନେଇ ଆସିଥିବା କେନ୍ଦ୍ରୀୟ ଟିମ ପୁରୀରେ ପହଞ୍ଚଛନ୍ତି। ପ୍ରଥମେ ଜିଲା ସର୍କିଟ ହାଉସରେ ଏହି ଟିମ ଜିଲ୍ଲାପାଳଙ୍କ ସହିତ ଏକ ସ୍ୱତନ୍ତ୍ର ବୈଠକରେ ଆଲୋଚନା କରିଛନ୍ତି।
ଜିଲାପାଳ ବଲବନ୍ତ ସିଂଙ୍କ ସୂଚନା ଅନୁଯାୟୀ, ଜିଲ୍ଲାର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା କଣାସ, ଡେଲାଙ୍ଗ ଅଞ୍ଚଳକୁ କେନ୍ଦ୍ରୀୟ ଟିମ ଗସ୍ତ କରିବେ । କେତେ ଫସଲ ନଷ୍ଟ ହୋଇଛି, ଗ୍ରାମାଞ୍ଚଳରେ ରାସ୍ତା କ୍ଷତି ହୋଇଛି, ସେ ନେଇ ତଦାରଖ କରିବେ। ପରେ ଭୁବନେଶ୍ୱରରେ ଏ ନେଇ ରାଜ୍ୟ ସରକାରଙ୍କ ସହ ଏକ ଆଲୋଚନା ବୈଠକ ହେବ।