ଓଡିଶା

odisha

By

Published : Dec 12, 2021, 2:09 PM IST

ETV Bharat / state

Central Team In Odisha: ପୁରୀରେ ବାତ୍ୟା କ୍ଷୟକ୍ଷତି ଆକଳନ କରୁଛି କେନ୍ଦ୍ରୀୟ ଟିମ୍

ପୁରୀରେ ବିଭିନ୍ନ ଅଞ୍ଚଳ ବୁଲି ବାତ୍ୟା କ୍ଷୟକ୍ଷତି ଆକଳନ କରୁଛନ୍ତି କେନ୍ଦ୍ରୀୟ ଟିମ୍ । ଟିମ୍ ସହ ଜିଲ୍ଲାର ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଛନ୍ତି । ଅଧିକ ପଢନ୍ତୁ

ପୁରୀରେ ବାତ୍ୟା କ୍ଷୟକ୍ଷତି ଆକଳନ କରୁଛନ୍ତି କେନ୍ଦ୍ରୀୟ ଟିମ୍
ପୁରୀରେ ବାତ୍ୟା କ୍ଷୟକ୍ଷତି ଆକଳନ କରୁଛନ୍ତି କେନ୍ଦ୍ରୀୟ ଟିମ୍

ପୁରୀ:ବାତ୍ୟା ଜୱାଦ ଜନିତ କ୍ଷୟକ୍ଷତି ଆକଳନ ପାଇଁ ପୁରୀରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ । ଟିମ୍ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କ୍ଷେତ୍ର ପରିଦର୍ଶନ କରିଛନ୍ତି । କେନ୍ଦ୍ରୀୟ ଦଳ ସହିତ ରାଜ୍ୟର ବରିଷ୍ଠ ଅଧିକାରୀ ଓ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ମିଳିତ ଭାବେ ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ନିମାପଡାରେ କ୍ଷୟକ୍ଷତିର ଅନୁଧ୍ୟାନ କରିବା ପରେ ଅସ୍ତରଙ୍ଗ, କାକଟପୁର, କଣାସ, ବ୍ରହ୍ମଗିରି, କୃଷ୍ଣପ୍ରସାଦ, ପୁରୀ ସଦର, ଗୋପ ଆଦି ୧୧ଟି ବ୍ଲକର କ୍ଷୟକ୍ଷତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି ।

ପୁରୀରେ ବାତ୍ୟା କ୍ଷୟକ୍ଷତି ଆକଳନ କରୁଛନ୍ତି କେନ୍ଦ୍ରୀୟ ଟିମ୍

ସରକାରୀ ସୂଚନା ଅନୁସାରେ, ଜୱାଦ ବାତ୍ୟା ପୂର୍ବରୁ ପ୍ରାୟ ୩୦ ହଜାର ହେକ୍ଟର ଜମିରୁ ଫସଲ ଅମଳ ହୋଇ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ହେଲେ ଏକ ଲକ୍ଷ ହେକ୍ଟର ଚାଷଜମିରୁ ଅମଳ ହୋଇପାରି ନଥିଲା । ଏବେବି ଜମିରେ ଆଣ୍ଠୁଏ ଉଚ୍ଚାର ପାଣି ଜମିଛି । ପାଣିରେ ଭାସୁଛି ପାଚିଲା ଫସଲ । ଫଳରେ ଧାନ ସହ ଅନ୍ୟାନ୍ୟ ଶସ୍ୟ ବ୍ୟାପକ ନଷ୍ଟ ହୋଇଯାଇଛି । ମୁଣ୍ଡ ଝାଳ ତୁଣ୍ଡରେ ମାରି ଫସଲ ଫଳାଇଥିବା ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଚାଷୀଙ୍କ ବ୍ୟାପକ କ୍ଷତି ଘଟିଥିବାବେଳେ ଏବେ କେବଳ ସରକାରୀ କ୍ଷତିପୂରଣକୁ ଅପେକ୍ଷା କରିଛନ୍ତି । କେନ୍ଦ୍ରୀୟ ଟିମ୍ ସହିତ ତହସିଲଦାର ଏବଂ ବିଡିଓଙ୍କ ଭଳି ପୁରୀ ଜିଲ୍ଲାର ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ବାତ୍ୟା ଯୋଗୁଁ ପୁରୀ ଜିଲ୍ଲାରେ ବ୍ୟାପକ ଫସଲ କ୍ଷତି ହୋଇଥିବା କେନ୍ଦ୍ରୀୟ ଟିମ ସଦସ୍ୟ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details