ପୁରୀ: ମହାପ୍ରସାଦକୁ ଅବମାନନା କରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ଏତଲା । ଶ୍ରୀମନ୍ଦିର ଦକ୍ଷିଣଦ୍ବାର ନିକଟରେ ଜୋତା ପିନ୍ଧି ଦୁଇଜଣ ପୋଲିସ କର୍ମଚାରୀ ଚେୟାର ଉପରେ ବସି ମହାପ୍ରସାଦ ସେବନ କରିବା ଏକ ଭିଡିଓ ଦୁଇ ଦିନ ତଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପରେ ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଘଟଣାରେ ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି।
ମହାପ୍ରସାଦକୁ ଅବମାନନା କରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ଏତଲା - disobedience Mahaprasad
ମହାପ୍ରସାଦକୁ ଅବମାନନା କରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ଏତଲା । ଗତ 12ରେ ଦୁଇଜଣ ସୁରକ୍ଷାକର୍ମୀ ଜୋତା ପିନ୍ଧି ମହାପ୍ରସାଦ ସେବନ କରୁଥିବାର ଭିଡିଓ ହୋଇଥିଲା ଭାଇରାଲ । ଅଧିକ ପଢନ୍ତୁ...
ମହାପ୍ରସାଦକୁ ଅବମାନନା କରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ଏତଲା
ମହାପ୍ରସାଦକୁ ଅବମାନନା କରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ଏତଲା
ମହାପ୍ରସାଦ ପ୍ରତି ଅବମାନନା କରିଥିବା ଅଭିଯୋଗରେ ଏହି ଏତଲା ଦିଆଯାଇଥିବା ବେଳେ ଉଭୟ ସୁରକ୍ଷାକର୍ମୀଙ୍କ ଗିରଫ ଦାବି କରିଛି ଭକ୍ତ ପରିଷଦ । ସାତ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଭକ୍ତ ପରିଷଦର କର୍ମକର୍ତ୍ତାମାନେ ଏସପିଙ୍କୁ ସାକ୍ଷାତ କରି ଅଭିଯୋଗ କରିବେ ବୋଲି କହିଛନ୍ତି । ଗତ ୧୨ ତାରିଖରେ ଦୁଇଜଣ ପୋଲିସ କର୍ମଚାରୀ ଜୋତା ପିନ୍ଧି ଚେୟାର ଉପରେ ବସି ମହାପ୍ରସାଦ ସେବନ କରୁଥିବାର ଭିଜୁଆଲ ଭାଇରାଲ ହୋଇଥିଲା।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ