ଓଡିଶା

odisha

ETV Bharat / state

ଚଳଚଞ୍ଚଳ ରଥଖଳା, ଚାଲିଛି ଜୋରସୋରରେ କାମ - ପୁରୀ

ଚଳଚଞ୍ଚଳ ରଥଖଳା । ଦେବସ୍ନାନ ପୂର୍ଣ୍ଣିମାରେ 108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଜ୍ୱରରେ ପୀଡିତ ହେବେ ମହାବାହୁ । ଜ୍ୱରରୁ ଭଲ ହେବା ପରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ମାଆ ଘରକୁ ଯିବେ କାଳିଆ ଠାକୁର ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ

By

Published : Jun 17, 2019, 7:57 PM IST

ପୁରୀ: ଚଳଚଞ୍ଚଳ ରଥ ଖଳା । ଆଜି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । 108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଜ୍ୱରରେ ପୀଡିତ ହେବେ ମହାବାହୁ । ଜ୍ୱରରୁ ଭଲ ହେବା ପରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ମାଆ ଘରକୁ ଯିବେ କାଳିଆ ଠାକୁର । ତେବେ ଠାକୁରଙ୍କ ରଥ କାମ ଏବେ ଜୋରସୋରରେ ଆଗେଇ ଚାଲିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

ତିନି ରଥରେ ଲାଗିଛି ଚାରି ନାହାକ । ଘୋଷଯାତ୍ରା ପାଇଁ ବିଧି ଅନୁସାରେ ଦେବସ୍ନାନ ପୂର୍ଣ୍ଣିମା ଦିନ ତିନି ରଥରେ ଚାରି ନାହାକା ଲଗାଯାଇଛି । ସେହିପରି ଗୟଳ କାର୍ଯ୍ୟ ଚାଲିଛି । ଏହା ପରେ ପୋଟଳ , ଭୂଇଁ , ପାରା ଭାଡ଼ି ଆଦି ପ୍ରମୁଖ ତିନି ରଥର କାର୍ଯ୍ୟ ଆରମ୍ଭ ହେବ । ସେ ନେଇ ବିଶ୍ୱ କର୍ମା ମହାରଣା ମାନେ ପ୍ରସ୍ତୁତ ହୋଇ ଗଲେଣି ।

ସେହିପରି ରୂପକାର ସେବକମାନେ ଖୋଦେଇ କାର୍ଯ୍ୟ ଓ କମାର ସେବକ ମାନେ ଲୁହା କାର୍ଯ୍ୟ ଚାଲୁ ରଖିଛନ୍ତି। ତେବେ ରଥଖଳାର ପୁରା ଚିତ୍ର କିଭଳି ରହିଛି ସେ ବିଷୟରେ ଅଧିକ ସୂଚନା ଦେଇଛନ୍ତି ଆମ ପୁରୀ ସମ୍ବାଦଦାତା...

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details