ପୁରୀ: ଆସନ୍ତା 24 ତାରିଖରେ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ହେବ। ପଞ୍ଚମ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟରେ ପୁରୀ ଜିଲ୍ଲାର କାକଟପୁର ଓ ଅସ୍ତରଙ୍ଗ ବ୍ଳକରେ ମତଦାନ ହେବ। ଏନେଇ ପ୍ରଚାର ପ୍ରକ୍ରିୟା ଶେଷ ହୋଇଛି। ସମସ୍ତ ରାଜନୈତିକ ଦଳ ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି।
Panchayat Election: ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ନେଇ ଜମୁଛି ପ୍ରଚାର - ପୁରୀରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ନେଇ ଜମୁଛି ପ୍ରଚାର
ଆସନ୍ତା 24 ତାରିଖରେ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ହେବ। ଶେଷ ପର୍ଯ୍ୟାୟରେ ପୁରୀ ଜିଲ୍ଲାରେ ହେବାକୁ ଥିବା ନିର୍ବାଚନ ନେଇ ଚାଲିଛି ପ୍ରାର୍ଥୀଙ୍କ ହେଭିୱେଟ ପ୍ରଚାର।
ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ନେଇ ଜମୁଛି ପ୍ରଚାର
ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ନେଇ ଜମୁଛି ପ୍ରଚାର
ଦଳୀୟ ପ୍ରାର୍ଥୀଙ୍କୁ ନେଇ ଗାଁକୁ ଗାଁ ବୁଲି ଭୋଟ ମାଗୁଥିବା ଦେଖିବାକୁ ମିଳିଛି। ଜନକଲ୍ୟାଣ ମୂଳକ ପ୍ରତିଶୃତି ଦେଇ ଜନତାଙ୍କଠାରୁ ଭୋଟ ହାତେଇବାରେ ଲାଗିପଡ଼ିଛନ୍ତି ପ୍ରାର୍ଥୀ। ଜିଲ୍ଲାର କାକଟପୁର ଓ ଅସ୍ତରଙ୍ଗ ବ୍ଳକରେ ନିର୍ବାଚନ ନେଇ ପ୍ରାର୍ଥୀଙ୍କ ହେଭିୱେଟ ପ୍ରଚାର ଦେଖିବାକୁ ମିଳିଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ