ଓଡିଶା

odisha

ETV Bharat / state

ଲକଡାଉନରେ ନିଆରା ବିବାହ, ସାମାଜିକ ଦୂରତା ମାନି ପାଲଟିଲେ ଜୀବନସାଥୀ - ପୁରୀରେ ଲକଡାଉନରେ ବିବାହ

ଲକଡାଉନ ସମୟରେ ନିଆରା ବିବାହ। ମାସ୍କ ପିନ୍ଧି ସାମାଜିକ ଦୂରତା ଅବଲମ୍ଵନ କରିବା ସହ ବୈଦିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି ବିହାହ କାର୍ଯ୍ୟ । ମଙ୍ଗଳବାର ପିପିଲିରେ ଖୋର୍ଦ୍ଧା ବାଲିଅନ୍ତା ବେନୁପୁର ପତି ସାହିର ପ୍ରମୋଦ କୁମାର ପତି ପିପିଲି କଣ୍ଟି ଗ୍ରାମର ସୋନାଲି ଦାଶଙ୍କୁ ବିବାହ କରିଛନ୍ତି ।

marriage amid lockdown, puri latest news, marriage in puri amid lockdown, marriage by following social distance, ଲକଡାଉନରେ ବିବାହ, ପୁରୀ ଲାଟେଷ୍ଟ ନ୍ୟୁଜ୍‌, ପୁରୀରେ ଲକଡାଉନରେ ବିବାହ, ସାମାଜିକ ଦୂରତାରେ ବିବାହ ସମ୍ପନ୍ନ
ଲକଡାଉନରେ ନିଆରା ବିବାହ, ସାମାଜିକ ଦୂରତା ମାନି ପାଲଟିଲେ ଜୀବନସାଥୀ

By

Published : May 7, 2020, 8:49 PM IST

ପୁରୀ: ଲକଡାଉନ ସମୟରେ ନିଆରା ବିବାହ। ମାସ୍କ ପିନ୍ଧି ସାମାଜିକ ଦୂରତା ଅବଲମ୍ଵନ କରିବା ସହ ବୈଦିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି ବିହାହ କାର୍ଯ୍ୟ । ମଙ୍ଗଳବାର ପିପିଲିରେ ଖୋର୍ଦ୍ଧା ବାଲିଅନ୍ତା ବେନୁପୁର ପତି ସାହିର ପ୍ରମୋଦ କୁମାର ପତି ପିପିଲି କଣ୍ଟି ଗ୍ରାମର ସୋନାଲି ଦାଶଙ୍କୁ ବିବାହ କରିଛନ୍ତି । ଆଶା ରଖିଥିଲେ ମେ’ 3 ତାରିଖ ଲକଡାଉନ ଅବଧି ସରିବା ପରେ ବିବାହ କାର୍ଯ୍ୟ ମନମୁତାବକ କରିବେ। ହେଲେ ଲକଡାଉନ କଟକଣା ବଢିବା ପରେ ବିବାହକୁ ସ୍ଥଗିତ ନ ରଖି ସରକାରୀ କଟକଣା ନିୟମକୁ ମାନି ବିବାହ ପାଇଁ ପ୍ରସ୍ତୁତ ହୋଇଥିଲେ ପ୍ରମୋଦଙ୍କ ପରିବାର ।

ଲକଡାଉନରେ ନିଆରା ବିବାହ, ସାମାଜିକ ଦୂରତା ମାନି ପାଲଟିଲେ ଜୀବନସାଥୀ

ବିବାହ ଦିନ ନା ବାଜା ବାଜିଛି, ନା ରୋସଣୀ କରି ବର ଆସିଛି । ବିନା ବରଯାତ୍ରୀରେ ବିବାହ ହୋଇଛି । ଏହାଛଡା ଲକଡାଉନ ସମୟରେ ସାମାଜିକ ଦୂରତାର ବାର୍ତ୍ତା ଦେବା ସହିତ ବିନା ଯୌତୁକ ଓ ବିନା ରୋସଣୀରେ ବିବାହ ହୋଇପାରିବ ବୋଲି ବାର୍ତ୍ତା ଦେଇଛନ୍ତି ଉଭୟ ପରିବାର । ଘର ଭିତରେ ମାତ୍ର କେଇ ଜଣଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ନବଦମ୍ପତି । ସେପଟେ ଦେଶରେ ଲକଡାଉନ କଟକଣା ଜାରି ହେବା ପରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ରହିଛି ସରକାରଙ୍କ କଟକଣା।

ଏଥିପାଇଁ ବିଭିନ୍ନ ସାମାଜିକ ଉତ୍ସବ ଉପରେ ରୋକ ଲଗାଇଛନ୍ତି ସରକାର । ମାତ୍ର କୋରନା ଆମକୁ ଅନେକ କିଛି ଶିକ୍ଷା ଦେଇଛି । ବିବାହ ଭଳି ପବିତ୍ର ବନ୍ଧନ ପାଇଁ ବାଜା ରୋସଣୀ ଓ ଅଧିକ ଭିଡର କିଛି ଆବଶ୍ୟକତା ନାହିଁ । ଏହିଭଳି କାର୍ଯ୍ୟକ୍ରମକୁ ସବୁ ସମୟରେ ସମସ୍ତେ ମାନିବା ଉଚିତ ବୋଲି ଉଭୟ ବର ଓ କନ୍ୟା ପରିବାର କହିଛନ୍ତି । ଲକଡାଉନ କଟକଣା ବିଳାସପୂର୍ଣ୍ଣ ବିବାହ କାର୍ଯ୍ୟରେ ପ୍ରତିବନ୍ଧକ ସାଜିଥିବା ବେଳେ ଅନେକ ନିଜର ବିବାହ କାର୍ଯ୍ୟକୁ ସ୍ଥଗିତ ରଖିଥିଵା ବେଳେ ପ୍ରମୋଦଙ୍କ ପରିବାର ସରକାରୀ କଟକଣାକୁ ମାନି ନିରାଡମ୍ବର ବିବାହ କାର୍ଯ୍ୟ କରି ଏହା ସମ୍ଭବ ବୋଲି ସମସ୍ତଙ୍କୁ ବାର୍ତ୍ତା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details