ବଲାଙ୍ଗୀର: ବଲାଙ୍ଗୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ ବାଇକ୍ ମୁହାଁମୁହିଁ ଧକ୍କା । ସ୍ବାମୀ ସ୍ତ୍ରୀ ସହିତ ଶିଶୁର ମୃତ୍ୟୁ। ବଲାଙ୍ଗୀର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାର ତିନି ଜଣଙ୍କ ମୃତ୍ୟୁ ହୋଇଛି। ତେବେ ବସ୍ ଏକ ବାଇକକୁ ମୁହାଁମୁହିଁ ଧକ୍କା ଦେବା ଫଳରେ ବାଇକରେ ଥିବା ସ୍ବାମୀ ସ୍ତ୍ରୀ ଓ ତାଙ୍କ ତିନି ବର୍ଷର ଶିଶୁର ମୃତ୍ୟୁ ହୋଇଛି। ତେବେ ଏପରି ଅଭାବନୀୟ ଘଟଣା ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସିନ ଖମନ୍ ଗ୍ରାମ ନିକଟ 26 ନମ୍ୱର୍ ଜାତୀୟ ରାଜପଥ ଘଟିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣହରାଇଥିବା ମୃତକମାନେ ଟିଟିଲାଗଡ ଉଡାର ଗ୍ରାମର ବୋଲି ପରିଚୟ ମିଳିଛି।
ସୂଚନା ଅନୁସାରେ ଏହି ଗ୍ରାମର ସରୋଜ ପଶାୟତ ତାଙ୍କ ସ୍ତ୍ରୀ କରିଷ୍ମା ପଶାୟତ ଓ ଦୁଇ ଶିଶୁ ଆଜି ବାଇକ୍ ଯୋଗେ ବଲାଙ୍ଗୀର ଖୁଜେନ ପାଲି ଗ୍ରାମକୁ ଆସିଥିଲେ। ସିନ ଖମନ ଗ୍ରାମ ନିକଟରେ ବଲାଙ୍ଗୀର ପଟୁ ଯାଉଥିବା ଗଣପତି ଘରୋଇ ବସ୍ ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା। ତେବେ ଘଟଣା ସ୍ଥଳରେ ସ୍ଵାମୀଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଅନ୍ୟ ଆହତ ମାନଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ତେବେ ଚିକିତ୍ସା ଧିନ ଅବସ୍ଥାରେ ତିନି ବର୍ଷର ଶିଶୁର ମୃତ୍ୟୁ ହୋଇଥିଲା। ସେହିପରି ଗୁରୁତର ଥିବା ମହିଳା ଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତରିତ କରା ଯାଇଥିବା ବେଳେ ସେଠି ତାଙ୍କର ମୃତ୍ୟୁ ହୋଇଛି। ସେପଟେ ବଲାଙ୍ଗୀର ସଦର ପୋଲିସ୍ ଏହାର ତଦନ୍ତ କରୁଥିବାର ଜଣାପଡ଼ିଛି ।