ଓଡିଶା

odisha

ETV Bharat / state

ହବିଷ୍ୟାଳୀଙ୍କ ପାଇଁ ବୃନ୍ଦାବତୀ ନିବାସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ - ବୃନ୍ଦାବତୀ ନିବାସ ଉଦଘାଟନ

ଆରମ୍ଭ ହେଲା ପୁଣ୍ୟ ମାସ । ତେଣୁ ହବିଷ୍ୟାଳୀ ରହିବା ପାଇଁ ବୃନ୍ଦାବତୀ ନିବାସର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ହବିଷ୍ୟାଳୀଙ୍କ ପାଇଁ ବୃନ୍ଦାବତୀ ନିବାସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ହବିଷ୍ୟାଳୀଙ୍କ ପାଇଁ ବୃନ୍ଦାବତୀ ନିବାସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

By

Published : Oct 11, 2022, 6:55 AM IST

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ । ଏନେଇ ରାଜ୍ୟ ସରକାରଙ୍କ ହବିଷ୍ୟାଳୀ ଯୋଜନା ଅର୍ନ୍ତଭୂକ୍ତ ପ୍ରମୁଖ ଆକର୍ଷଣ ପାଲଟିଥିବା ବୃନ୍ଦାବତୀ ନିବାସର ଉଦଘାଟନ ହୋଇଯାଇଛି । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଭିଡିଓ କନଫରେନ୍ସ ମାଧ୍ୟମରେ ଏହା ଉଦଘାଟିତ ହୋଇଛି । ଆରମ୍ଭ ହେଲା ପୁଣ୍ୟ ମାସ । ହିନ୍ଦୁ ଧର୍ମରେ କାର୍ତ୍ତିକ ମାସର ବହୁ ଗୁରୁତ୍ବ ରହିଛି । ପୁରୀ ଆସି ସକାଳୁ ହବିଷ୍ୟାଳୀମାନେ ପୁଷ୍କରିଣୀରେ ସ୍ନାନ ପରେ ଚଉରା ମୂଳେ ମହା ସଂକଳ୍ପ କରିଛନ୍ତି । ତେଣୁ ହବିଷ୍ୟାଳୀ ରହିବା ପାଇଁ ବୃନ୍ଦାବତୀ ନିବାସର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ହବିଷ୍ୟାଳୀଙ୍କ ପାଇଁ ବୃନ୍ଦାବତୀ ନିବାସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଉଦଘାଟିତ ହୋଇଥିବା ବୃନ୍ଦାବତୀ ନିବାସରେ ୧୨୦୦ ହବିଷ୍ୟାଳୀଙ୍କ ରହିବା ପାଇଁ ବ୍ୟବସ୍ଥା ରହିଛି । ପ୍ରାୟ ୩୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବୃନ୍ଦାବତୀ ନିବାସରେ ୧୧୮ଟି କଠୋରୀ ରହିଛି । ଚାରି ଏକରରୁ ଅଧିକ ପରିମିତ ଅଞ୍ଚଳରେ ଅବସ୍ଥିତ ବୃନ୍ଦାବତୀ ନିବାସରେ ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ୧୬୦୪ ଜଣ ହବିଷ୍ୟାଳୀ ରହି ଏକମାସ ଧରି କାର୍ତ୍ତିକ ବ୍ରତ ସମ୍ପୂର୍ଣ୍ଣ କରିବେ । ଆଜି ସଂଧ୍ୟାରେ ଉଦଘାଟନୀ ଉତ୍ସବରେ ହବିଷ୍ୟାଳୀମାନେ ହୁଳହୁଳି ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଭିଡିଓ କନଫରେନ୍ସରେ ସ୍ବାଗତ କରିବା ସହ ଆର୍ଶୀବାଦ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ହବିଷ୍ୟାଳୀଙ୍କୁ ସାଲ୍ ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନକୁ କହିଛନ୍ତି । ମାସ ଯାକ ସେମାନେ ସୁରୁଖୁରୁରେ ଯେପରି ବ୍ରତ ସମାପନ କରିବେ ସେ ନେଇ ପ୍ରଶାସନକୁ ନିର୍ଦ୍ଧେଶ ଦେଇଛନ୍ତି । ପୁରୀରେ 5ଟି ସ୍ଥାନରେ 3 ହଜାର ହବିଷ୍ୟାଳି ରହିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ହୋଇଛି । ପୁଣ୍ୟ ମାସ କାର୍ତ୍ତିକ ମାସର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ହବିଷ୍ୟାଳୀ କେନ୍ଦ୍ରକୁ ଉଦଘାଟନ କରିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀଙ୍କ ପାଇଁ ହୋଇଥିବା ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ ।

ବୃନ୍ଦାବତୀ ନିବାସ ପରିସରରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ସାଂସଦ ପିନାକୀ ମିଶ୍ର, ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details