ପୁରୀ: ରାଜ୍ୟରେ କାୟା ବିସ୍ତାର କରିବାରେ ବ୍ୟସ୍ତ ବ୍ରାଉନ ସୁଗାର ବେପାରୀ । ରାଜଧାନୀ ପରେ ପୁରୀରେ ପୁଣି ଜବତ ହୋଇଛି ଧଳା ଜହର । ମଙ୍ଗଳବାର ଜିଲ୍ଲା ଅବକାରୀ ବିଭାଗ ହାତରେ ଧରା ପଡିଲା 12 ଗ୍ରାମ ବ୍ରାଉନ ସୁଗାର । ପୁରୀ ସହରର ନରେନ୍ଦ୍ର କୋଣ ଅଞ୍ଚଳରୁ ଏହି ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି ।
ବ୍ୟାପୁଛି ବ୍ରାଉନ ସୁଗାର କାରବାର, ପୁରୀରୁ ମହିଳା ଗିରଫ - excise department
ପୁରୀ ସହରର ନରେନ୍ଦ୍ର କୋଣ ଅଞ୍ଚଳରୁ 12 ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ । ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି ।
![ବ୍ୟାପୁଛି ବ୍ରାଉନ ସୁଗାର କାରବାର, ପୁରୀରୁ ମହିଳା ଗିରଫ](https://etvbharatimages.akamaized.net/etvbharat/prod-images/768-512-4057653-thumbnail-3x2-puri.jpg)
ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ
ସୂଚନା ମୁତାବକ, ପୁରୀ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ନରେନ୍ଦ୍ର କୋଣ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା । ଏହି ସମୟରେ ଅଞ୍ଚଳର ଦେବି ଘାଟ ନିକଟରେ ସନ୍ତୋଷୀ ନାୟକ ନାମକ ଜଣେ ମହିଳାଙ୍କ ଠାରୁ 12 ଗ୍ରାମର ବ୍ରାଉନ ସୁଗାର ଜବତ କରିଛି ବିଭାଗ । ଦୀର୍ଘ ଦିନ ହେବ ସନ୍ତୋଷୀ ବ୍ରାଉନ ସୁଗାର ବେପାର କରୁଥିବା ଅଭିଯୋଗ ହେଉଥିବା ବେଳେ ଆଜି ଶେଷରେ ଅବକାରୀ ବିଭାଗ ଜାଲରେ ପଡିଥିଲେ ସେ। ତେବେ ସନ୍ତୋଷୀ ଠାରୁ ବ୍ରାଉନ ସୁଗାର ଜବତ ପରେ ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ