ଓଡିଶା

odisha

By

Published : Oct 31, 2020, 4:12 PM IST

ETV Bharat / state

ଗାଡି ଚେକିଂ ବେଳେ ବ୍ରାଉନସୁଗାର ଜବତ, 5 ଗିରଫ

ସାକ୍ଷୀଗୋପାଳର ପଟ୍ଟନାୟିକିଆ ଛକରୁ ଗାଡି ଚେକିଂ ବେଳେ ବ୍ରାଉନ୍‌ସୁଗାର ଜବତ । ଚେକିଂ ବେଳେ କାର ମଧ୍ୟରୁ 301 ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି ।

ଗାଡି ଚେକିଂ ବେଳେ ବ୍ରାଉନସୁଗାର ଜବତ
ଗାଡି ଚେକିଂ ବେଳେ ବ୍ରାଉନସୁଗାର ଜବତ

ପୁରୀ: ସାକ୍ଷୀଗୋପାଳର ପଟ୍ଟନାୟିକିଆ ଛକରୁ ଗାଡି ଚେକିଂ ବେଳେ ବ୍ରାଉନ୍‌ସୁଗାର ଜବତ । ଚେକିଂ ବେଳେ କାର ମଧ୍ୟରୁ 301 ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଖୋର୍ଦ୍ଧାରୁ ପୁରୀକୁ ଚାଲାଣ ବେଳେ ଜବତ ହୋଇଛି ବ୍ରାଉନସୁଗାର ।

ଗାଡି ଚେକିଂ ବେଳେ ବ୍ରାଉନସୁଗାର ଜବତ
ଗାଡି ଚେକିଂ ବେଳେ ବ୍ରାଉନସୁଗାର ଜବତ

ଏହି ଘଟଣାରେ 2 ଜଣ ମହିଳାଙ୍କ ସମେତ 5 ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ଗୋଟିଏ କାର୍‌, ଗୋଟିଏ ମୋବାଇଲ ଓ 2 ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଅଞ୍ଚଳର ସ୍ନେହଲତା ପ୍ରଧାନ , ରଶ୍ମିତା ପ୍ରଧାନ, କାହ୍ନୁ ପ୍ରଧାନ , ବିଷ୍ଣୁ ସାହୁ ଓ ପୂର୍ଣଚନ୍ଦ୍ର ନାୟକ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details