ପୁରୀ:୨୦ ଲକ୍ଷ ଟଙ୍କାର ପ୍ରାୟ 200 ଗ୍ରାମର ବ୍ରାଉନସୁଗାର ଜବତ କଲା ପୁରୀ ଜିଲ୍ଲା ଅବକାରୀ ବିଭାଗ । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଏହି କାରବାରରେ ବ୍ୟବହାର କରାଯାଉଥିବା ୨ ବାଇକ ମଧ୍ୟ ଜବତ ହୋଇଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ୩୨ ବର୍ଷୀୟ ଅମରେଶ ଦାସ ଓ ୨୦ ବର୍ଷୀୟ ତ୍ରୀନାଥ ଭୋଇ ବୋଲି ଜଣା ପଡିଛି । ଉଭୟ ଖୋର୍ଦ୍ଧା ଅଞ୍ଚଳରୁ ବ୍ରାଉନସୁଗାର ଆଣି ସ୍ଥାନୀୟ ଖୁଚୁରା ବ୍ୟବସାୟୀଙ୍କୁ ବିକ୍ରି କରୁଥିଲେ ବୋଲି ପୋଲିସ କହିଛି ।
ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ତତ୍ବାବଧାନରେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ବାଡ଼ର ଉପ-ନୀରିକ୍ଷକ ଲଷ୍ମୀଧର ପ୍ରଧାନଙ୍କ ନେତୃତ୍ବରେ ଟିମକୁ ଏହି ସଫଳତା ମିଳିଛି । ଦୁଇ ଅଭିଯୁକ୍ତଙ୍କୁ ଗିରଫ ପରେ କେସ ନଂ 77/21 ରେ କୋର୍ଟ ଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ନିମାପଡା ଉପ- କାରାଗାରକୁ ପଠାଯାଇଛି ।