ଓଡିଶା

odisha

ETV Bharat / state

ପୁରୀରୁ ବ୍ରାଉନ ସୁଗାର ଜବତ, 4 ଗିରଫ - 4 arrested for brown sugsr linck in puri

ପୁରୀରୁ ଜବତ ହେଲା ବ୍ରାଉନ ସୁଗାର । ଏହି ଅଭିଯୋଗରେ 4 ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ ....

ପୁରୀରୁ ଜବତ ହେଲା ବ୍ରାଉନ ସୁଗାର , 4 ଗିରଫ
ପୁରୀରୁ ଜବତ ହେଲା ବ୍ରାଉନ ସୁଗାର , 4 ଗିରଫ

By

Published : Nov 8, 2020, 3:41 PM IST

ପୁରୀ: ପୁରୀରେ ବ୍ରାଉନ ସୁଗାର କାରବାର ଜାଲ। ବ୍ରାଉନସୁଗାର ବିକ୍ରି ଅଭିଯୋଗରେ 4 ଜଣଙ୍କୁ ଗିରଫ କରିଛି ଚନ୍ଦନପୁର ଥାନା ପୋଲିସ । ଏହା ସହ ଅଭିଯୁକ୍ତଙ୍କ ଠାରୁ 273 ଗ୍ରାମ ବ୍ରାଉନ ସୁଗାର ସମେତ ଏକ କାରକୁ ମଧ୍ୟ ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଲେ ବାଲେଶ୍ଵର ଜିଲ୍ଲା ଜଳେଶ୍ବରର ସେକ ସାଜନ , ସେକ ସମାତୁଲା , ଅପସାନା ବିବି ଓ ପୁରୀର ପ୍ରକାଶ ବେହେରା।

ପୋଲିସ ସୂଚନା ଅନୁଯାୟୀ ଅଭିଯୁକ୍ତ ମାନେ ଏକ କାର ଯୋଗେ ଭୁବନେଶ୍ବରରରୁ ପୁରୀକୁ ବ୍ରାଉନ ସୁଗାର ନେଇ ଯାଉଥିଲେ। ତେବେ ଚନ୍ଦନପୁର ପୁର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଅଭିଯୁକ୍ତ ଯାଉଥିବା ଗାଡିକୁ ଅଟକାଇ ତଲାସି କରିବା ପରେ 273 ଗ୍ରାମ ବ୍ରାଉନ ସୁଗାର ମିଳିଥିଲା। ଏହି ଘଟଣାରେ 4 ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details