ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ପୋଲିସକୁ ସଫଳତା । 5ଟି ସିରିଜ ଲୁଟର ପର୍ଦ୍ଦାଫାଶ କଲା ପୋଲିସ । ବ୍ରହ୍ମଗିରି ଥାନା ଅଞ୍ଚଳରେ ଗତ ସେପ୍ଟେମ୍ବର ମାସରେ 5 ଟି ସିରିଜ ଲୁଟ ଘଟଣାରେ 3 ଜଣ କୁଖ୍ୟାତ ଲୁଟେରାଙ୍କୁ ଗିରଫ କରାଯାଇଛି ।
ବ୍ରହ୍ମଗିରି ସିରିଜ ଲୁଟ ଘଟଣା: 3 ଗିରଫ, ଚୋରି ସାମଗ୍ରୀ ଜବତ - ବ୍ରହ୍ମଗିରିରେ ଲୁଟ ମାମଲାରେ 3 ଗିରଫ
ବ୍ରହ୍ମଗିରିରେ 5ଟି ସିରିଜ ଲୁଟ ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

ବ୍ରହ୍ମଗିରି ସିରିଜ ଲୁଟ: 3 ଗିରଫ ସହ ନାନା ଚୋରି ସାମଗ୍ରୀ ଜବତ
ବ୍ରହ୍ମଗିରି ସିରିଜ ଲୁଟ: 3 ଗିରଫ ସହ ନାନା ଚୋରି ସାମଗ୍ରୀ ଜବତ
ସମ୍ପୃକ୍ତ ଅଭିଯୁକ୍ତଙ୍କ ଠାରୁ 150 ଗ୍ରାମ ସୁନା ଅଳଙ୍କାର, ଟିଭି, ହୋମ ଥିଏଟର ଓ କିଛି କଂସା ବାସନ ଜବତ କରାଯାଇଛି । ଏନେଇ ଏସଡିପିଓ କିଶୋର କୁମାର ମୁଣ୍ଡ ସୂଚନା ଦେଇଛନ୍ତି । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣା ସମ୍ପର୍କରେ ଅଧିକ ଖୋଳତାଡ କରୁଛି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ