ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ଅଘଟଣ: ସିଂହଦ୍ବାରରେ କୁକୁର କାମୁଡ଼ାରେ ଶିଶୁ ଗୁରୁତର, ଦୀପରୁ ନିଆଁ ଲାଗି ନାବାଳିକା ଆହତ

Accident in Shreemandir: ଗୋଟିଏ ପଟେ କୁକୁର କାମୁଡ଼ାରେ 2 ବର୍ଷର ଶିଶୁ ଆହତ । ସେପଟେ ଶ୍ରୀମନ୍ଦିର ଭିତରେ ଦୀପରୁ ନିଆଁ ଲାଗି ନାବାଳିକା ଆହତ । ଅଧିକ ପଢନ୍ତୁ

By ETV Bharat Odisha Team

Published : Dec 29, 2023, 7:23 PM IST

accident in shreemandir
ଶ୍ରୀମନ୍ଦିରରେ ଅଘଟଣ

ଶ୍ରୀମନ୍ଦିରରେ ଅଘଟଣ

ପୁରୀ: ଶ୍ରୀମନ୍ଦିର ସିଂହଦ୍ୱାରରେ ଅଘଟଣ । କୁକୁର କାମୁଡ଼ାରେ 2 ବର୍ଷର ଶିଶୁ ଆହତ । ସେପଟେ ଶ୍ରୀମନ୍ଦିର ଭିତରେ ସାତ ପାହାଚ ନିକଟରେ ଦୀପରୁ ନିଆଁ ଲାଗି ନାବାଳିକା ଆହତ। ସୂଚନା ଅନୁସାରେ, ଶ୍ରୀମନ୍ଦିର ସମ୍ମୁଖରେ 2 ବର୍ଷର ଶିଶୁକୁ କୁକୁର ଆକ୍ରମଣ କରି ଆହତ କରିଥିବାବେଳେ ଉପସ୍ଥିତ ଲୋକଙ୍କ ଯୋଗୁ ଏକ ବଡ ଅଘଟଣ ଟଳିଯାଇଛି । କୁକୁର ଆକ୍ରମଣରେ ପିଲାଟିର ଡାହାଣ ଆଖିରେ କ୍ଷତ ହୋଇ ରକ୍ତ ବାହାରିଥିଲା। ପରେ ଆହତ ଶିଶୁକୁ ଶ୍ରୀମନ୍ଦିର ନିକଟରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଯିବା ପରେ ପିଲାଟିକୁ ତା'ର ବାପା ମା'ଙ୍କୁ ହସ୍ତାନ୍ତର କରାଯାଇଛି।

ମାଳ ମାଳ ପୋଲିସ କର୍ମଚାରୀ ପଇଁତରା ମାରୁଛନ୍ତି । ଏହାସହ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଲୁହା ବାରିକେଡ୍ ଥିବାବେଳେ କୁକୁରଟି କିଭଳି ପ୍ରବେଶ କଲା ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଶ୍ରୀମନ୍ଦିରକୁ ଅନେକ ଛୋଟ ପିଲା ଆସୁଥିବାବେଳେ ସିଂହଦ୍ଵାର ସମ୍ମୁଖରେ କୁକୁର ରହିବା ସୁରକ୍ଷିତ ନୁହେଁ ବୋଲି ଆହତ ଶିଶୁର ଅଭିଭାବକ କହିଛନ୍ତି । କୁକୁର ପ୍ରବେଶ ନକରିବା ଭଳି ବ୍ୟବସ୍ଥା ସହ କୁକୁର ପଶିଲେ ତାକୁ ଘଉଡାଇବାକୁ ସ୍ବେଛାସେବୀ ମୁତୟନ କରିବାକୁ ଆହତ ଶିଶୁର ଅଭିଭାବକ କହିଛନ୍ତି। ଏଭଳି ଅବ୍ୟବସ୍ଥାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ବାଣପୁର ଥାନା ବାଲୁଗାଁ ନିକଟ ବିଶୁଣ୍ଡୀ ଗ୍ରାମର ମାଗା ସାହୁ ତାଙ୍କ ପୁଅ, ବୋହୂ ଓ 2 ବର୍ଷର ନାତି କୁ ନେଇ ଆଜି ଶ୍ରୀମନ୍ଦିର ଆସିଥିଲେ। ଶ୍ରୀ ମନ୍ଦିର ସିଂହ ଦ୍ଵାର ସମ୍ମୁଖରେ କିଛି ସମୟ ଠିଆ ହୋଇ ରହିଥିଲେ। ଏତିକି ବେଳେ ତାଙ୍କର ଦୁଇ ବର୍ଷର ନାତି ଖେଳୁଥିବା ବେଳେ ପାଖରେ ଶୋଇଥିବା ଏକ କୁକୁର ହାଠାତ ଆକ୍ରମଣ କରିଥିଲା। କୁକୁର ଆକ୍ରମଣରେ ପିଲାଟିର ଡାହାଣ ଆଖିରେ କ୍ଷତ ସୃଷ୍ଟି ହୋଇ ରକ୍ତ ବାହାରିଥିଲା। ତେବେ ଶ୍ରୀ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନିଆଯାଇଥିବା ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ପ୍ରଚାର କରାଯାଉଛି। ହେଲେ ଭକ୍ତଙ୍କ ବାରିକେଡ୍ ନିକଟରେ କୁକୁର ପଶୁଥିବାବେଳେ ତାକୁ ତଡ଼ିବାକୁ କେହିନାହାନ୍ତି। ଫଳରେ ଆଜି କୁକୁର ଆକ୍ରମଣର ଶିକାର ହୋଇ ଲହୁ ଲୁହାଣ ହୋଇଛି ଶିଶୁ। ତେବେ ପ୍ରଶାସନ ପକ୍ଷରୁ ଏ ଦିଗରେ ପଦକ୍ଷେପ ନେବାକୁ ଭକ୍ତମାନେ ଦାବି କରିଛନ୍ତି।

ଏହା ମଧ୍ୟ ପଢନ୍ତୁ....ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଅସମ୍ଭାଳ ଭିଡ଼, ପଦାରେ ପଡ଼ିଲା ପ୍ରଶାସନର ଅବ୍ୟବସ୍ଥା


ସେପଟେ ଶ୍ରୀ ମନ୍ଦିର ଭିତରେ ମଧ୍ଯ ଅଘଟଣ ଘଟିଛି। ଆଜି ପ୍ରବଳ ଭିଡ ଥିବାବେଳେ ଦୀପରୁ ନିଆଁ ଲାଗି ଜଣେ ନାବାଳିକା ଆହତ ହୋଇଛି। ଆହତ ନାବାଳିକା ଜଣକ ହାଇଦ୍ରାବାଦର ହୋଇଥିବା ଜଣାପଡିଛି । ପରିବାର ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିବାବେଳେ ସାତପାହାଚ ନିକଟ ଦୀପରୁ ନିଆଁ ଲାଗି ଆହତ ହୋଇଛନ୍ତି।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details