ଓଡିଶା

odisha

ETV Bharat / state

ଆନ୍ତର୍ଜାତିକ ବାଲୁକା କଳା ଚାମ୍ପିୟନସିପ୍‌- 2019: 'ପିପୁଲ୍ସ ଚଏସ୍‌ ଆଓ୍ଵାର୍ଡ' ଜିତିଲେ ସୁଦର୍ଶନ - 'ପିପୁଲ୍ସ ଚଏସ୍‌ ଆଓ୍ଵର୍ଡ'

ଆନ୍ତର୍ଜାତିକ ବାଲୁକା କଳା ଚାମ୍ପିୟନସିପ୍‌- 2019ରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ 'ପିପୁଲ୍ସ ଚଏସ୍‌ ଆଓ୍ଵାର୍ଡ' ଜିତିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Jul 28, 2019, 11:15 AM IST

Updated : Jul 28, 2019, 12:33 PM IST

ପୁରୀ: ଆମେରିକାର ବୋଷ୍ଟନ ସହରରେ ଆୟୋଜିତ ଆନ୍ତର୍ଜାତିକ ବାଲୁକା କଳା ଓ ମୂର୍ତ୍ତି ଗଠନ ପ୍ରତିଯୋଗିତା/ ଆନ୍ତର୍ଜାତିକ ବାଲୁକା କଳା ଚାମ୍ପିୟନସିପ୍‌- 2019 ସମାପ୍ତ ହୋଇଛି । ଏହି ପ୍ରତିଯୋଗିତାରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ 'ପିପୁଲ୍ସ ଚଏସ୍‌ ଆଓ୍ଵାର୍ଡ'ରେ ସମ୍ମାନିତ ହୋଇଛନ୍ତି । 'ପ୍ଲାଷ୍ଟିକ ପଲ୍ୟୁସନ' ଉପରେ ନିର୍ମାଣ କରିଥିବା ବାଲୁକା କଳା ପିପୁଲ୍ସ ଚୟସ ପୁରସ୍କାର ଜିତିଥିବା ଟ୍ବିଟ କରି ସୂଚନା ଦେଇଛନ୍ତି ସୁଦର୍ଶନ । 'ସେଭ୍‌ ଆୱାର ଓସେନ' ଏହି ବାଲୁକା କଳା ମାଧ୍ୟମରେ ସେ ସମାଜକୁ ସଚେତନ ବାର୍ତ୍ତା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଜୁଲାଇ ୨୧ରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇ ୨୮ ତାରିଖରେ ଉଦ୍‌ଯାପିତ ହୋଇଛି । ଏହି ପ୍ରତିଯୋଗିତାରେ ବିଶ୍ବର ଶ୍ରେଷ୍ଠ ୧୫ ଜଣ ବାଲୁକା କଳା ଶିଳ୍ପୀ ଭାଗ ନେଇଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିିଡିଆ, ଟ୍ୱିଟର@sudarsansand

ଏଠାରେ ସୂଚନାଯୋଗ୍ୟ ଯେ 60ରୁ ଅଧିକ ଆନ୍ତର୍ଜାତିକ ବାଲୁକା କଳା ପ୍ରତିଯୋଗିତାରେ ଭାଗ ନେଇ ଦେଶ ପାଇଁ ଗୌରବ ଆଣିଥିବା ସୁଦର୍ଶନ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ମଧ୍ୟ ସ୍ଥାନିତ ହୋଇସାରିଛନ୍ତି । ତାଙ୍କର ଏହି କଳା ନିିପୁଣତା ବଳରେ ଦେଶକୁ ବିଦେଶରେ ଗର୍ବିତ କରିବା ସହ ସୁନାମ ଆଣିଥିବା ଯୋଗୁଁ ଭାରତ ସରକାର ତାଙ୍କୁ ବର୍ଷ 2014ରେ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଥିଲେ ।

Last Updated : Jul 28, 2019, 12:33 PM IST

ABOUT THE AUTHOR

...view details