ବ୍ରହ୍ମଗିରି: ପୁରୀ ସଦର ଥାନା ଅନ୍ତର୍ଗତ ବ୍ରହ୍ମଗିରି ବ୍ଲକ ରାହାଡ଼ମଲ୍ଲ ପଞ୍ଚାୟତର ନିସିଭଅଁର ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ମାଡ ।
ଏହି ଗୋଷ୍ଠୀ କନ୍ଦଳ ମଧ୍ୟରେ ଏକାଧିକ ବୋମା, କାଚ ବୋତଲ ମାଡ଼ ହେବା ସହ ଅଜବେଷ୍ଟସ୍ ଘର ଭାଙ୍ଗିଥିବା ସୁଚନା ମିଳିଛି । ସୂଚନା ଅନୁସାରେ ମହିଳାମାନେ ଘରୋଇ ସଂସ୍ଥାଠାରୁ ଲୋନ ଆଣିଥିଲେ । ସେଥି ମଧ୍ୟରୁ ଜଣେ ମହିଳା ତାଙ୍କ ଭାଗ ଟଙ୍କା ଅନ୍ୟ ଜଣଙ୍କୁ ଦେଇଥିଲେ । ସେହି ଟଙ୍କା ମାଗିବାରୁ ଦୁଇ ଜଣଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା ।